Latest Odisha News

ଖୁସି ଖବର; ଏବେ ଏହି ଲୋକଙ୍କୁ ଦେବାକୁ ହେବନି ଟୋଲ୍ ଟ୍ୟାକ୍ସ..

ନୂଆଦିଲ୍ଲୀ: ଟୋଲ୍ ଟ୍ୟାକ୍ସକୁ ନେଇ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୋଲ୍ ଟ୍ୟାକ୍ସ ପାଇଁ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ନୂଆ ନିୟମ କରିଛି । ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବ୍ୟବହାର କରୁଥିବା ଘରୋଇ ଯାନ ଡ୍ରାଇଭରମାନଙ୍କୁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହା ସହିତ, ଯଦି ସେମାନେ ୨୦ କିଲୋମିଟର ମଧ୍ୟରେ ଟୋଲ୍ ରୋଡ୍ ବ୍ୟବହାର କରନ୍ତି ତେବେ ସେମାନଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହା ସହିତ ସମଗ୍ର ଦେଶରେ ଏହି ନିୟମ ଲାଗୁ କରିବାକୁ କୁହାଯାଇଛି ।

ପରିବହନ ମନ୍ତ୍ରଣାଳୟ ଦ୍ବାରା ଜାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବେସରକାରୀ ଯାନ ମାଲିକମାନଙ୍କୁ ପ୍ରତିଦିନ ରାଜପଥ ଏବଂ ଏକ୍ସପ୍ରେସୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ । ତଥାପି, ଏହି ରିହାତି ସେହି ଲୋକଙ୍କ ପାଇଁ ଉପଲବ୍ଧ ହେବ ଯାହାର ଗାଡିଗୁଡ଼ିକରେ ଜିଏଲଏସଏସ ସିଷ୍ଟମ ଚାଲୁଥିବ । ଯଦି ଘରୋଇ ଯାନ ଡ୍ରାଇଭରମାନେ ୨୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରନ୍ତି, ତେବେ କେବଳ ପ୍ରକୃତ ଦୂରତା ଆଧାରରେ ଟୋଲ୍ ଚାର୍ଜ କରାଯିବ ।

କରଖୁଛୁ ଯେ, ସଡକ ଏବଂ ପରିବହନ ମନ୍ତ୍ରଣାଳୟ କିଛି ଦିନ ପୂର୍ବରୁ ଫାଷ୍ଟାଗ୍ ସହିତ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ ଉପରେ ଆଧାର କରି ଟୋଲ୍ ସିଷ୍ଟମ ଲାଗୁ କରିଛି । ଯଦିଓ ଏହି ବ୍ୟବସ୍ଥା ସମଗ୍ର ଦେଶରେ ବ୍ୟବହୃତ ହେଉନାହିଁ, ବର୍ତ୍ତମାନ ଏକ ସରକାରୀ ପାଇଲଟ୍ ପ୍ରୋଜେକ୍ଟ ଭାବରେ, ଏହା କର୍ଣ୍ଣାଟକର ଜାତୀୟ ରାଜପଥ ୨୭୫ର ବେଙ୍ଗାଲୁରୁ-ମୈସୁର ଏବଂ ହରିୟାଣାର ଜାତୀୟ ରାଜପଥ ୭୦୯ ର ପାନିପତ-ହିସାର ରାଜପଥରେ କାର୍ଯ୍ୟକାରୀ କରାଯାଇଛି ।

ଏହାର ରିପୋର୍ଟ ଆଧାରରେ ସରକାର ଦେଶର ଅନ୍ୟ ରାଜପଥରେ ମଧ୍ୟ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.