ହାମିଲଟନ: ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟିମ ସାଉଦି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ସାଉଦି ଇଂଲଣ୍ଡ ବିପକ୍ଷ ସିରିଜ ପରେ ଏହି ଫର୍ମାଟକୁ ଅଲବିଦା କହିବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ଡିସେମ୍ବର ୧୪ରେ ହାମିଲଟନରେ ଖେଳାଯିବାକୁ ଥିବା ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବ ବୋଲି ସାଉଦି କହିଛନ୍ତି । ମାର୍ଚ୍ଚ ୨୦୦୮ରେ ସେ ତାଙ୍କ ଟେଷ୍ଟ କ୍ୟାରିୟର ଇଂଲଣ୍ଡ ବିପକ୍ଷରେ ଆରମ୍ଭ କରିଥିଲେ ଏବଂ ସମାନ ବିପକ୍ଷ ବିରୋଧରେ ଏହାକୁ ଶେଷ କରିବେ । ସାଉଦି ୧୦୪ ମ୍ୟାଚରେ ୩୮୫ ୱିକେଟ ଅକ୍ତିଆର କରିଛନ୍ତି । ସେ ୧୬୧ ଦିନିକିଆ ଓ ୧୨୬ ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି ।
ସେ ପ୍ରଥମ କ୍ରିକେଟର ଭାବେ ୧୦୦ରୁ ଅଧିକ ଟି୨୦ ୱିକେଟ, ୨୦୦ରୁ ଅଧିକ ଦିନିକିଆ ଓ ୩୦୦ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି । ଟେଷ୍ଟ କ୍ରିକେଟ ପ୍ରତି ମୋର ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଥିରୁ ଅବସର ନିଷ୍ପତି ଗ୍ରହଣ କରିବା ଏତେଟା ସହଜ ନ ଥିଲା । ନ୍ୟୁଜିଲାଣ୍ଡରେ ଅନେକ ପ୍ରତିଭାବାନ ଯୁବ ବୋଲର ଥିବାର ମୋ ଅନୁପସ୍ଥିତି ସେମାନଙ୍କୁ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି ।