ଭୁବନେଶ୍ୱର: ଦିନକୁ ଦିନ ରାତିର ତାପମାତ୍ରା ହ୍ରାସ ପାଉଛି। ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୩ ଦିନ ଯାଏଁ ୬ ଜିଲ୍ଲାରେ କୁହୁଡ଼ି ନେଇ ଆକଳନ କରିଛି।
ନଭେମ୍ବର ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି।