Latest Odisha News

ଋଣ ବୋଝରେ ସରକାର, ନିଲାମ ହେବ ହିମାଚଳ ଭବନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ବିଜୁଳି କମ୍ପାନୀର ଟଙ୍କା ଫେରସ୍ତ ନକରିବାରୁ ହାଇକୋର୍ଟ ଦିଲ୍ଲୀରେ ଥିବା ସରକାରୀ ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ଆଦର୍ଶ ହେତୁ ହିମାଚଳ ପ୍ରଦେଶ ସରକାର ବିବାଦ ଘେରରେ ରହିଛନ୍ତି।

୬୪ କୋଟି ଟଙ୍କାର ବକେୟା ପରିଶୋଧ କରିନପାରିବା କାରଣରୁ ହିମାଚଳ ପ୍ରଦେଶ ହାଇକୋର୍ଟ ଦିଲ୍ଲୀର ମଣ୍ଡି ହାଉସ ନିକଟରେ ତିଆରି ହୋଇଥିବା ହିମାଚଳ ଭବନକୁ ନିଲାମ କରିବାକୁ ନିର୍ଦେଶ ଦେଇଛନ୍ତି।

୨୦୦୯ ରେ ସେଲି ହାଇଡ୍ରୋ କମ୍ପାନୀକୁ ହିମାଚଳ ସରକାର ୩୨୦ ମେଗାଓ୍ବଟର ବିଜୁଳି ପ୍ରୋଜେକ୍ଟ ଆବଣ୍ଟିତ କରିଥିଲେ। ପ୍ରୋଜେକ୍ଟ ଲାହୋଲ ସ୍ପିତିରେ ଲଗାଯିବାର ଥିଲା।

ମଙ୍ଗଳବାର ଅପରାହ୍ନରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖୁ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି। ଶିମଲାରେ ସେ କହିଛନ୍ତି ଯେ ଆମେ ଯେପରି, ବିଚାରପତି ଏବଂ ଅନ୍ୟ ନ୍ୟାୟପାଳିକା ମଧ୍ୟ ସରକାରୀ ସମ୍ପତ୍ତିର କେୟାରଟେକର ଅଟନ୍ତି। ସିଏମ୍ ସୁଖୱିନ୍ଦର ସିଂ ସୁଖୁ କହିଛନ୍ତି ଯେ ଏହା ୨୦୦୯ର ଏକ ମାମଲା। ହିମାଚଳ ଭବନକୁ ବ୍ୟାଜାପ୍ତ କରିବା ଏକ ଭିନ୍ନ କଥା।

 

Leave A Reply

Your email address will not be published.