Latest Odisha News

BREAKING NEWS

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: କଟକରେ ଲଜ୍ଜା। ଜଣେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଘଟଣା । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି ।

ସୂଚନା ଅନୁସାରେ, ନୟାଗଡ଼ ଅଞ୍ଚଳର କିଛି ଲୋକେ ସପରିବାର ସହ ତ୍ରିଶୂଳିଆ ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାର୍ଯ୍ୟ କରୁଥିଲେ । ସେହି ଇଟା ଭାଟିରେ ଝାରଖଣ୍ଡର ଜଣେ ଯୁବକ କାମ କରୁଥିଲେ। ତେବେ ଗତକାଲି ରାତିରେ ଇଟା ଭାଟିରେ କାମ କରୁଥିବା ଝାରଖଣ୍ଡର ଉକ୍ତ ଯୁବକ ଜଣଙ୍କ ନାବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା l ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ନାବାଳିକାକୁ ଏବେ ଏସସିବିକୁ ସ୍ଥାନାନ୍ତର କରାଯାଇଛି l ଏନେଇ ବାରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଦୁଷ୍କର୍ମ କରି ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ । ଏନେଇ ଅଧିକ ତଦନ୍ତ କରୁଛି ପୋଲିସ l

Comments are closed.