ନୂଆଦିଲ୍ଲୀ: ଦିଲ୍ଲୀରେ ବିପଜ୍ଜନକ ପ୍ରଦୂଷଣ ସ୍ଥିତି ମଧ୍ୟରେ ଏବେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୁତ ହୋଇଛି । ଯାହାକି ଚଳିତ ବର୍ଷର ପ୍ରଥମ ସବୁଠାରୁ ଶୀତ ରାତି ବୋଲି ଜଣାପଡିଛି । ଗତକାଲି ରାତିରେ ଦିଲ୍ଲୀର ତାପମାତ୍ରା ଖସି ୧୧.୨ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା। ସେହିପରି ଦିନର ତାପମାତ୍ରା ୨୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ସେପଟେ ଆଜି ସକାଳୁ ଦିଲ୍ଲୀରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ଯେଉଁଥିରୁ ଆଜି ଦିନର ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରହିବା ସହ ରାତିର ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦିଲ୍ଲୀ, ନୋଏଡା ଏବଂ ଗୁରୁଗ୍ରାମରେ ଏବେବି ଏକ୍ୟୁଆଇ ସ୍ତର ବିପଦ ସ୍ତରରେ ଅଛି ।
ଅନ୍ୟପକ୍ଷରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବିପଦ ସଙ୍କେତ ଉପରେ ରହିଛି । ସକାଳୁ ସକାଳୁ ଦିଲ୍ଲୀର ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି । ନୂଆଦିଲ୍ଲୀରେ ଥିବା ଆମେରିକାର ଦୂତାବାସରେ ସକାଳୁ ଏକ୍ୟୁଆଇ ସ୍ତର ୪୫୬ ରେକର୍ଡ କରାଯାଇଥିବା ବେଳେ ସିଭିଲ୍ ଲାଇନରେ ୪୪୦, କାଶ୍ମୀରୀ ଗେଟ୍ ଆଇଏସବିଡିରେ ୪୨୦, ଲାଜପତ ନଗର ଏବଂ ସୁଖଦେବ ବିହାରରେ ୪୦୮, ଜଙ୍ଗପୁରା ଏବଂ ସିଦ୍ଧାର୍ଥ ଏନକ୍ଲବରେ ୪୦୯, ଗୋଲ୍ଡ ଲିଙ୍କ, ନିଉ ଫ୍ରେଣ୍ଡସ୍ କଲୋନୀ ଏବଂ ପିଜିଡିଏଭି କଲେଜରେ ୪୦୮ ଏକ୍ୟୁଆଇ ସ୍ତର ରେକର୍ଡ କରାଯାଇଛି। ଏହା ବ୍ୟତୀତ ଦିଲ୍ଲୀର ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ବର୍ଗରେ ଅଛି।
Comments are closed.