Latest Odisha News

BREAKING NEWS

ଜୋମାଟୋ ସିଇଓଙ୍କ ଚାକିରି ଅଫର, ପ୍ରଥମ ବର୍ଷ ଦରମା ନାହିଁ

ନୂଆଦିଲ୍ଲୀ: ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଚିଫ୍ ଅଫ ଦ ଷ୍ଟାଫ୍ ପଦ ପାଇଁ ଚୟନ ଆରମ୍ଭ କରିଛନ୍ତି। ତେବେ ଏହି ଚାକିରି ପାଇଁ ସେ କିଛି ନିୟମ ରଖିଛନ୍ତି।

ତଦନୁଯାୟୀ, ପ୍ରଥମ ବର୍ଷ ପାଇଁ କୌଣସି ବେତନ ମିଳିବ ନାହିଁ ଏବଂ ମନୋନୀତ ପ୍ରାର୍ଥୀଙ୍କୁ ଫି ଭାବରେ ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ। ଏହା ଅଜବ ଲାଗୁଥିଲେ ବି ସତ ଅଟେ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମନୋନୀତ ପ୍ରାର୍ଥୀ ଜୋମାଟୋର ମୁଖ୍ୟ କାର୍ଯ୍ୟାଳୟ ଗୁରୁଗ୍ରାମରୁ ହିଁ କାମ କରିବେ।

ଏହା ଉପରେ ଗୋୟଲ ଲେଖିଛନ୍ତି ଯେ ଚିଫ୍ ଅଫ ଦ ଷ୍ଟାଫଙ୍କ ଏହି କାମ ରିଜ୍ୟୁମେ ବନେଇବା କିମ୍ବା ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ଜୋମାଟୋ, ବ୍ଲିଙ୍କିଟ୍, ହାଇପରପ୍ୟୋର ଏବଂ ଫିଡିଂ ଇଣ୍ଡିଆର ଭବିଷ୍ୟତ ଗଢିବାରେ ଯେଉଁମାନେ ଶିଖିବାକୁ ଏବଂ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଟେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ପ୍ରଥମ ବର୍ଷ କୌଣସି ଦରମା ମିଳିବ ନାହିଁ କିନ୍ତୁ ପ୍ରାର୍ଥୀଙ୍କ ପସନ୍ଦର ଯେକୌଣସି ସ୍ଥାନରେ ୫୦ ଲକ୍ଷ ଟଙ୍କା ଦାନ କରାଯିବ ଏବଂ ଦ୍ୱିତୀୟ ବର୍ଷ ଠାରୁ ପ୍ରାର୍ଥୀଙ୍କୁ ନିଯୁକ୍ତି କରାଯାଇ ବାର୍ଷିକ ୫୦ ଲକ୍ଷରୁ ଅଧିକ ଦରମା ଦିଆଯିବ।

ତେବେ ଚାକିରି ପାଇଁ ପ୍ରାର୍ଥୀ ଏକ ବର୍ଷରେ ଦେଇଥିବା ୨୦ ଲକ୍ଷ ଟଙ୍କା ଜୋମାଟୋ ଫିଡିଂ ଇଣ୍ଡିଆକୁ ସିଧାସଳଖ ଦାନ କରିଦେବ ବୋଲି ସୂଚନା ମିଳିଛି।

Comments are closed.