ମୁମ୍ବାଇ: ନିକଟରେ ଗୋଆରେ ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଅନେକ ତାରକା ଅଂଶଗ୍ରହଣ କରିଥିଲେ । ଏଥିରେ ‘ଦମ୍ ଲଗା କେ ହଇଶା’ ଅଭିନେତ୍ରୀ ଭୁମି ପେଡନେକର ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ୟାନେଲ ଆଲୋଚନାରେ ଅଭିନେତ୍ରୀ ଅନେକ କଥା କହିଥିଲେ । ଏହା ସହିତ ଭୁମି ଫିଲ୍ମ ଇଣ୍ଡଷ୍ଟ୍ରୀର ସେଟ୍ ରେ ମହିଳାଙ୍କ ସୁରକ୍ଷାକୁ ନେଇ ମଧ୍ୟ କିଛି ମନ୍ତବ୍ୟ ଦେଇଥିଲେ ।
ଏକ ପ୍ରଶ୍ନର ଉତ୍ତରରେ ଭୁମି କହିଥିଲେ ଯେ, ଏକ ଫିଲ୍ମର ସେଟ୍ ରେ, ଯେତେବେଳେ ସେ ଏପରି ଏକ ପୋଷାକରେ ଥିଲେ ଯେଉଁଠାରେ ସେ ନିଜକୁ ଆଶ୍ବସ୍ତିକର ଅନୁଭବ କରୁନଥିଲେ ଏବଂ ତାଙ୍କ ପୋଷାକରେ ମାଇକ୍ ଲଗାଯାଉଥିଲା ଏହି ସମୟରେ ସେଟ୍ ରେ ଥିବା ଅନ୍ୟ ଲୋକମାନେ ଅଲଗା ଦିଗକୁ ଦେଖିଥିଲେ । ହେଲେ ବର୍ତ୍ତମାନ ସେ ସମୟ ନାହିଁ ।
ଭୁମି ଆହୁରି କହିଥିଲେ ଯେ, ଏବେକାର ଫିଲ୍ମର ସେଟ୍ ବହୁତ ସୁରକ୍ଷିତ । ସେ ଆଉ ତାଙ୍କ ସହ କାମ କରୁଥିବା ମହିଳାମାନଙ୍କ ପାଇଁ ଫିଲ୍ମର ସେଟ୍ ବହୁତ ନିରାପଦ । ଏମିତିକୁ ତାଙ୍କ ସିଫ୍ଟ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାଏ । ସେ କହିଛନ୍ତି ଯେ ସେଟ୍ରେ ନୁହେଁ ବରଂ ସେଟ୍ ବାହାରେ ସମସ୍ୟା ଘଟେ ।
ଭୁମି ଆହୁରି କହିଛନ୍ତି ଯେ ସେ ତାଙ୍କ ସାନ ଭଉଣୀ ପାଇଁ ବହୁତ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ସମୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ହେଉଥିବା ଜଘନ୍ୟ ଅପରାଧ ଦେଖିବା ପରେ ସେ ପ୍ରାୟତଃ ବିରକ୍ତ ହୁଅନ୍ତି । ତାଙ୍କ ୟଙ୍ଗ ସମୟରେ ବାପାମାଆ ତାଙ୍କ ବିଷୟରେ କୌଣସି ପ୍ରକାରର ଚିନ୍ତା କରୁ କରିନଥିଲେ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ସେ ତାଙ୍କ ଭଉଣୀ ବିଷୟରେ ବହୁତ ଚିନ୍ତିତ ରହୁଛନ୍ତି ।
Comments are closed.