ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ଆକର୍ଷଣୀୟ ଇନିଂସ ସତ୍ୱେ ଆର୍ଯ୍ୟବୀରଙ୍କୁ ଫେରାରୀ କାର ମିଳିବନି । ବୀରେନ୍ଦ୍ର ମ୍ୟାଚ ପୂର୍ବରୁ ତାଙ୍କ ପୁଅଙ୍କୁ କହିଥିଲେ ତୁମେ ଯଦି ମୋର ୩୧୯ ରନର ଇନିଂସକୁ ଅତିକ୍ରମ କରିବ ତେବେ ଫେରାରୀ କାର ଦେବେ । ଆର୍ଯ୍ୟବୀର ଚ୍ୟାଲେଂଜ ଗ୍ରହଣ କରିଥିଲେ ମଧ୍ୟ ୨୩ ରନ ପଛରେ ରହି ଯାଇଥିଲେ ।
ସେହ୍ୱାଗ ଏବେ ସୋସିଆଲ ମିଡିଆରେ ଲେଖିଛନ୍ତି ୨୩ ରନ ପାଇଁ ଫେରାରୀ ହାତଛଡା କରିଦେଲ । ତୁମେ ବହୁତ ଭଲ ଖେଳିଛ । ଆଗକୁ ଆହୁରି ଅଧିକ ଶତକ, ଦ୍ୱିଶତକ ଓ ତ୍ରିଶତକ ମାରିବ । ଖେଳି ଚାଲ । ସୂଚନାଯୋଗ୍ୟ ଟେଷ୍ଟ କ୍ରିକେଟରେ ସେହ୍ୱାଗ ପ୍ରଥମ ଭାରତୀୟ ଭାବେ ତ୍ରିଶତକ ହାସଲ କରିଥିଲେ । ୨୦୦୪ରେ ପାକିସ୍ତାନ ବିପକ୍ଷରେ ୩୦୯ ଓ ୨୦୦୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୯ ରନର ଇନିଂସ ଖେଳିଥିଲେ । ଆର୍ଯ୍ୟବୀରଙ୍କ ଦ୍ୱିଶତକ ସହାୟତାରେ ଦିଲ୍ଲୀ ୫ ୱିକେଟ ବିନିମୟରେ ୬୨୩ ରନ କରି ଇନିଂସ ଘୋଷଣା କରିଥିଲେ ।