Latest Odisha News

ଅଷ୍ଟ୍ରେଲିଆରେ ବୁମରାହଙ୍କ ଆଉ ଏକ ସଫଳତା

ପର୍ଥ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଓଭରାଲ ଏହା ତାଙ୍କର ୧୧ତମ ୫ ୱିକେଟ ସଫଳତା । ଅଷ୍ଟ୍ରେଲିଆ ମାଟିରେ ବୁମରାହ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲିଂରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମହାନ ଅଲରାଉଣ୍ଡର କପିଳ ଦେବ ୧୦୬ ରନରେ ୮ଟି ୱିକେଟ ନେଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ବୁମରାହ ୩୦ ରନରେ ୫ଟି ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଏସ ବେଦୀ(୫/୫୫) ଓ ଭିନୁ ମଙ୍କଡ(୫/୬୪) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ କପିଳ ଦେବ ୧୧ ମ୍ୟାଚରୁ ୫୧ ୱିକେଟ ନେଇ ଶୀର୍ଷରେ ରହିଛନ୍ତି । ଅନୀଲ କୁମ୍ବଲେ(୧୦ ମ୍ୟାଚ ୪୯ ୱିକେଟ), ଆର.ଅଶ୍ୱୀନ(୧୦ ମ୍ୟାଚ ୩୯ ୱିକେଟ), ଯଶପ୍ରୀତ ବୁମରାହ(୮ ମ୍ୟାଚ ୩୭ ୱିକେଟ) ଓ ବିଶେନ ସିଂ ବେଦୀ ୭ ମ୍ୟାଚରୁ ୩୫ ୱିକେଟ ନେଇଛନ୍ତି । ଅଧିନାୟକ ଭାବେ ବୁମରାହ ଅଷ୍ଟ୍ରେଲିଆରେ ଭଲ ବୋଲିଂ ପ୍ରଦର୍ଶନରେ ଦ୍ୱିତୀୟ ସ୍ଥାନ ରହିଛନ୍ତି । କପିଳ ଦେବ ପ୍ରଥମ ସ୍ଥାନରେ ଅଛନ୍ତି । ପର୍ଥ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ସ୍କୋର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ୮୪ ରନରେ ଅଲଆଉଟ ହୋଇ ଯାଇଥିଲା । ସବିଶେଷ ଖବର ହସ୍ତଗତ ହେଲା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନ ହରାଇ ୮୪ ରନ କରିବା ସହ ଓଭରାଲ ୧୩୦ ରନର ଅଗ୍ରଣୀ ହାସଲ କରିଛି ।

Leave A Reply

Your email address will not be published.