Latest Odisha News

BREAKING NEWS

୨୭ କୋଟିରୁ ରିଷଭ ପନ୍ତଙ୍କୁ ମିଳିବ କେତେ ଟଙ୍କା?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ୍ ପାଇଁ ଫ୍ରାଞ୍ଚାଇଜ୍ ଦଳମାନେ ନିଲାମରେ ଖେଳାଳିଙ୍କ ଉପରେ ମନଖୋଲା ଖର୍ଚ୍ଚ କରୁଛନ୍ତି। ଏହାରି ମଧ୍ଯରେ ଆଇପିଏଲର ଇତିହାସରେ ରିଷଭ ପନ୍ତଙ୍କୁ ସବୁଠାରୁ ଦାମୀ ଖେଳାଳି ଭାବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ ଏହି ୨୭ କୋଟି ମଧ୍ୟରୁ ସେ କେତେ ଟଙ୍କା ପାଇବେ। ତାଙ୍କୁ ଟ୍ୟାକ୍ସ ବାବଦକୁ କେତେ ଟଙ୍କା ଦେବାକୁ ପଡିବ ଏବଂ ଯଦି ଟୁର୍ନାମେଣ୍ଟ ସମୟରେ କିମ୍ବା ପୂର୍ବରୁ ଆହତ ହୁଅନ୍ତି ତାହେଲେ ତାଙ୍କୁ କେତେ କ୍ଷତି ସହିବାକୁ ପଡିବ?

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ଖେଳାଳି ମାନଙ୍କର ନିଲାମ ହେବାସହ ସେମାନେ ଦଳ ସହିତ ତିନି ବର୍ଷର ଚୁକ୍ତିନାମା କରିଛନ୍ତି। ତେବେ ରିଷଭ ପନ୍ତଙ୍କୁ ଏଥିମଧ୍ୟରୁ ୮.୧ କୋଟି ଟଙ୍କା ଭାରତ ସରକାରଙ୍କୁ ଟ୍ୟାକ୍ସ ବାବଦରେ ଦେବାକୁ ପଡିବ ଏବଂ ତାଙ୍କୁ ୧୮.୯ କୋଟି ଟଙ୍କା ମିଳିବ।

ଯଦି ରିଷଭ ପନ୍ତ ଆଇପିଏଲ ସମୟରେ ଆହତ ହୁଅନ୍ତି ତେବେ ସେ ପୁରା ଟଙ୍କା ପାଇବେ କିନ୍ତୁ ଯଦି ସେ ଏହା ପୂର୍ବରୁ ଆହତ ହୁଅନ୍ତି ଏବଂ ଟୁର୍ନାମେଣ୍ଟରେ ଖେଳିବାକୁ ଅସମର୍ଥ ହୁଅନ୍ତି। ତେବେ ତାଙ୍କ ବଦଳରେ  ଦଳରେ ଅନ୍ୟ ଜଣେ ଖେଳାଳି ଅନ୍ତର୍ଭୁକ୍ତ ହୋଇପାରିବେ। ଯଦି ଟୁର୍ନାମେଣ୍ଟ ପୂର୍ବରୁ କୌଣସି ବିଦେଶୀ ଖେଳାଳି ଆହତ ହୁଅନ୍ତି ତେବେ ସେ କୌଣସି ଟଙ୍କା ପାଇବେ ନାହିଁ। କିନ୍ତୁ ଯଦି ଭାରତୀୟ ଖେଳାଳି ଆହତ ହୁଅନ୍ତି ଏବଂ ଆଇପିଏଲ୍ ଖେଳିବାକୁ ଅସମର୍ଥ ହୁଅନ୍ତି ତେବେ ବିସିସିଆଇ କରିଥିବା ବୀମା ନିୟମ ଅନୁସାରେ ସେ ପୁରା ଟଙ୍କା ପାଇପାରିବେ।

Comments are closed.