Latest Odisha News

BREAKING NEWS

ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!

ଭୁବନେଶ୍ୱର: ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କର ଭାଗ୍ୟରେ ହେବ ପରିବର୍ତ୍ତନ। ପୃଷ୍ଠପୋଷକ ଭାବେ ଆଗକୁ ଆସିବେ ବିଧାୟକ ଏବଂ ମନ୍ତ୍ରୀ। ଏ  ରାଜ୍ୟ ସରକାର ଦିଗରେ ପ୍ରୟାସ କରିବେ ବୋଲି ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଅଳ୍ପ ସଂଖ୍ୟକ ପିଲାଙ୍କ ପୃଷ୍ଠପୋଷକତା ଗ୍ରହଣ କରିବା ସେମାନଙ୍କର ଭବିଷ୍ୟତକୁ ବଦଳାଇପାରିବ ବୋଲି ସେ କହିଛନ୍ତି।

ଶ୍ରୀମତୀ ପରିଡ଼ା କହିଛନ୍ତି, ଯଦି ପ୍ରତ୍ୟେକ ବିଧାୟକ ଓଡିଶାରେ ଅତି କମରେ ପାଞ୍ଚଜଣ ପିଲାଙ୍କୁ ଗ୍ରହଣ କରନ୍ତି, ତେବେ ୬୦୦ ରୁ ଅଧିକ ଜୀବନ ପରିବର୍ତ୍ତନ ହୋଇପାରିବ। ତେବେ ପୋଷ୍ୟ ଗ୍ରହଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏକ ତାଲିକା ବର୍ତ୍ତମାନ ପ୍ରସ୍ତୁତ ହେଉଛି।

ବର୍ତ୍ତମାନ, ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସମଗ୍ର ରାଜ୍ୟରେ ୨୨୫ଟି ପଞ୍ଜିକୃତ ଶିଶୁ ଯତ୍ନ ଅନୁଷ୍ଠାନରେ ୮୬୮୩ରୁ ଅଧିକ ଶିଶୁମାନଙ୍କର ଯତ୍ନ, ସୁରକ୍ଷା, ବିକାଶ ତଥା ସହଭାଗିତାର ଅଧିକାରଗୁଡ଼କୁ ଜିଲା ଶିଶୁ ସୁରକ୍ଷା ୟୁନିଟଗୁଡିକ ମାଧ୍ୟମରେ ନିଶ୍ଚିତ କରାଯାଉଛି । ତେବେ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କୁ ବିଧାୟକ ଏବଂ ମନ୍ତ୍ରୀମାନେ ପୃଷ୍ଠପୋଷକ ଗ୍ରହଣ କରିବା ଦିଗରେ ରାଜ୍ୟ ସରକାର ବିଚାର କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

 

Comments are closed.