Latest Odisha News

BREAKING NEWS

୨୯ରେ ଭୁବନେଶ୍ଵରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୯ ତାରିଖରେ ଦେଖିବାକୁ ମିଳିବ ଏହି ରୋଡ୍‌ ସୋ’। ଏହା ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ କରାଯିବା ନେଇ ବିଜେପି ରାଜ୍ୟ ସଭାପତି ମନେମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀ  ସାମଲ କହିଛନ୍ତି, ନଭେମ୍ବର ୨୯ ତାରିଖ ମଧ୍ୟାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବେ। ସେହି ଦିନ ଅପରାହ୍ନ ୪.୧୫ରେ ମଧ୍ୟ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ  ଓ ସମ୍ବର୍ଦ୍ଧନା ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାପରେ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ଼ ସୋ’ କରାଯିବ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସିବେ। ଏହି ଅବସରରେ ସେ ବିଧାୟକ, ସାଂସଦ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ଦଳୀୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ରହିବା ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଓ ଡିଜିପି ସମ୍ମଳନୀ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ କଟକଣା ପାଇଁ ବିଶେଷ ସଜାଗ ଅଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କୌଣସି ତ୍ରୁଟି ନହେବା ପାଇଁ  ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉଛି।

ସେପଟେ ଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ମଧ୍ୟ ଏଥିରେ ଯୋଗ ଦେବେ। ଜାତୀୟ ଏବଂ ରାଜ୍ୟ ସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀକୁ ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିବେ। ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave A Reply

Your email address will not be published.