Latest Odisha News

ବିହାରର ଏହି ଗ୍ରାମରେ କେହି ଖାଆନ୍ତି ନାହିଁ ଆମିଷ

ଗୟା: ଗୟା ଜିଲ୍ଲାର ବିହେନ ଗ୍ରାମରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ରହନ୍ତି । ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଠାରେ କେହି ଆମିଷ ଖାଆନ୍ତି ନାହିଁ । ଦୀର୍ଘ ଦିନ ହେବ ଏହି ପ୍ରଥାକୁ ଗ୍ରାମବାସୀ ମାନି ଆସୁଛନ୍ତି । ସମ୍ପୂର୍ଣ୍ଣ ଗ୍ରାମ ବୈଷ୍ଣବ ଧର୍ମକୁ ମାନନ୍ତି । ଏପରକି ଏଠାରେ ପିଆଜ, ରସୁଣ ମଧ୍ୟ ସେବନ କରାଯାଏ ନାହିଁ । ମାନ୍ୟତା ରହିଛି ଯେ, ଏଠାରେ ବ୍ରହ୍ମ ବାବା ବାସ କରନ୍ତି । ସେ ଆମିଷକୁ ପସନ୍ଦ କରୁ ନ ଥିବାରୁ ତାଙ୍କ ଭୟରେ ଏହା ବଳବତର ରହିଛି ।

ଲୋକକଥା ଅନୁସାରେ ପୂର୍ବରୁ ଅନ୍ୟ ଗ୍ରାମ ପରି ସବୁ କିଛି ଏଠାରେ ଚଳୁଥିଲା । ୩୦୦ ବର୍ଷ ତଳେ ଥରେ ବ୍ରହ୍ମ ବାବା ଜଣଙ୍କ ଦେହରେ ଲାଗିଲେ । ଗ୍ରାମବାସୀ ଅନେକ ପୂଜାର୍ଚ୍ଚନ କଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା । ଶେଷରେ ବ୍ରହ୍ମ ବାବା କହିଥିଲେ ମଦ, ମାଂସ ଏବଂ ଆମିଷ ବର୍ଜନ କଲେ ସେ ଉକ୍ତ ବ୍ୟକ୍ତିଙ୍କୁ ଛାଡିବା ସହ ଏଠାରେ ବାସ କରିବେ । ଗ୍ରାମବାସୀ ସଂକଳ୍ପ କଲେ ଏବଂ ସେବେଠାରୁ ଆମିଷ ଏବଂ ମଦ ଛାଡି ଦେଇଥିଲେ । ଥରେ ଗ୍ରାମରେ ଯଜ୍ଞ ହେଉଥିଲା, ବ୍ରହ୍ମ ବାବା ଏଥିରେ ବିଘ୍ନ ନ ଘଟିବ ବୋଲି ବର୍ଷାକୁ ରୋକି ଦେଇଥିଲେ । ସମ୍ପୂର୍ଣ୍ଣ ଗ୍ରାମରେ ବର୍ଷା ହୋଇଥିବା ବେଳେ ଯଜ୍ଞା ସ୍ଥଳରେ ହୋଇ ନ ଥିଲା । ବୋଲି ସେଠାକାର ଲୋକମାନେ କୁହନ୍ତି ।

ଲୋକଙ୍କ ବିଶ୍ୱାସରେ ଏଠାରେ ବ୍ରହ୍ମ ବାବା ବେଶ ଶକ୍ତିଶାଳୀ । ତେବେ କୌଣସି ପ୍ରକାରର ଉତେଜନାପୂର୍ଣ୍ଣ ଖାଦ୍ୟ ଏବଂ ନିଶା ସେବନ କରାଯାଉ ନ ଥିବାରୁ ଗ୍ରାମରେ ଶାନ୍ତି ପରିବେଶ ଦେଖିବାକୁ ମିିିଳିଥାଏ । ସୋସିଆଲ ମିଡିଆରେ ଏହି ଗ୍ରାମ ସମ୍ପର୍କରେ ପ୍ରଚାର ହେବାରୁ ଏବେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହେବାରେ ଲାଗିଛି ।

Leave A Reply

Your email address will not be published.