ନୂଆଦିଲ୍ଲୀ: ଦିଲ୍ଲୀରେ ଚଢାଉ କରିବା ସମୟରେ ଇଡି ଉପରକୁ ଆକ୍ରମଣ । ଦିଲ୍ଲୀର ବିଜୱାସନ ଅଞ୍ଚଳରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଇଡିର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଆହତ ହୋଇଛନ୍ତି । ସାଇବର କ୍ରାଇମ ନେଇ ଇଡି ଚଢାଉ କରିଥିବା ବେଳେ ୫ ଜଣ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଇଛି ଇଡି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବିଜୱାସନରେ ସାଇବର ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଯାଇଥିବା ବେଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ବେଳେ ଜଣେ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି।
ଯାହାକୁ ନେଇ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି, ୟୁଏଇ ଭିତ୍ତିକ ପିଓ୍ବାଓ୍ବାଇପିଏଲ ପେମେଣ୍ଟ ଏଗ୍ରିଗେଟର୍ ସହିତ ସଂଯୁକ୍ତ ସାଇବର ଆପ୍ ଠକେଇ ମାମଲାରେ ଏକ ଏଫ୍ଆଇଆର୍ ରୁଜ୍ଜୁ କରିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଅଶୋକ ଶର୍ମା ଏବଂ ତାଙ୍କ ଭାଇ ଇଡି ଦଳ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଇଡି ଅଧିକାରୀ । ଏଥିସହିତ ଏନେଇ ମାମଲା ଥାନାରେ ରୁଜ୍ଜୁ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ଦେିଛନ୍ତି ଇଡି ଅଧିକାରୀ ।