ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର
ବୁର୍ଲା: ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁ ବିଷୟରେ ସୂଚନା ପାଇବା ଲାଗି ସମ୍ବଲପୁର ପୋଲିସ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି।
ମଙ୍ଗଳବାର ଦିନ ଭୀମସାରରେ ଏକ ନବଜାତ ଶିଶୁକୁ ଚୋରି ଘଟଣାରେ ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଚାରୋଟି ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି।
ଅତିରିକ୍ତ ଏସ୍ପି ହରେଶ ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ସନ୍ଦିଗ୍ଧ ମହିଳା ଜଣକ ଓଡିଆ ଭାଷାରେ କଥାବାର୍ତ୍ତା କରୁଥିଲେ। ଫଳରେ ସେ ଜଣେ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଆମେ ସନ୍ଦିଗ୍ଧ ଫୋନ୍ ନମ୍ବର ଟ୍ରାକ୍ କରୁଛୁ। ଅଭିଯୁକ୍ତକୁ ଖୋଜିବା ଏବଂ ଶିଶୁକୁ ଉଦ୍ଧାର କରିବା ପାଇଁ ସମସ୍ତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରୁଛୁ।”
ତେବେ ଏ ସମ୍ପର୍କରେ ବୁର୍ଲା ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଛି।