Latest Odisha News

BREAKING NEWS

ଆସିବେ ମୋଦୀ, ଦିନ ୧ଟା ଯାଏଁ ଚାଲିବ ସ୍କୁଲ

ଭୁବନେଶ୍ଵର: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ପିଏମ୍ ମୋଦI ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା । ସରକାର ଓ ସଂଗଠନକୁ ନେଇ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ । ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ ।

ସେପଟେ ଭୁବନେଶ୍ୱରରେ ଆଜି ଦିନ ୧ଟା ଯାଏଁ ଚାଲିବ ସ୍କୁଲ । ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍‌ ଡେ’ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ତେବେ ପ୍ରଧାନମନ୍ତ୍ରୀଙ୍କ ସମେତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜି ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ଵର ରହିବ। ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ଆଣ୍ଟି ଟେରର ଫୋର୍ସ ସଜାଗ ରହିଛନ୍ତି। ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ରାଜଧାନୀ ଉପରେ କଡ଼ା ନଜର ରହିଛି ।

Leave A Reply

Your email address will not be published.