Latest Odisha News

BREAKING NEWS

ଖସିଲା ଜିଡିପି ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ଅର୍ଥନୀତି କ୍ଷେତ୍ରରେ ଭାରତକୁ ବଡ଼ ଝଟକା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠୁ କମ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଆର୍ଥିକ ଅଭିବୃଦ୍ଧିରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

ଗତବର୍ଷ ଏହି ତ୍ରୈମାସ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା। ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଜିଡିପି ୪.୩% ରେକର୍ଡ କରାଯାଇଥିଲା। ସେତେବେଳେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା।

ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଆଗୁଆ ଭାରତ
ଜିଡିପି ଅଭିବୃଦ୍ଧି କମିଥିଲେ ମଧ୍ୟ ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଏବେ ମଧ୍ୟ ଭାରତ ଆଗୁଆ ରହିଛି। ଏହି ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ
ଚୀନର ଜିଡିପି ୪.୬ ପ୍ରତିଶତ ଥିବାବେଳେ ଜାପାନର ଜିଡିପି ୦.୯ ପ୍ରତିଶତ ରହିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ କୃଷି କ୍ଷେତ୍ର ୩.୫ ପ୍ରତିଶତ ବୃଦ୍ଧି ପାଇଛି ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧.୭ ପ୍ରତିଶତ ଥିଲା। ତେବେ ମାନୁଫାକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ବର୍ଷକ ପୂର୍ବରୁ ୧୪.୩ ପ୍ରତିଶତ ଥିଲା, ଯାହା ଏହି ତ୍ରୈମାସରେ ୨.୨ ପ୍ରତିଶତକୁ ଖସି ଆସିଛି। ସେହିପରି ଇଲେକଟ୍ରିସିଟି ସେକ୍ଟରରେ ୧୦.୫ ପ୍ରତିଶତ ଥିବାବେଳେ ଏବେ ୩.୩, କନଷ୍ଟ୍ରକ୍ସନ ସେକ୍ଟରରେ ଏହା ୪.୫ ରୁ ବଢି ୬ ପ୍ରତିଶତରେ ପହଞ୍ଚିଛି ।

Leave A Reply

Your email address will not be published.