Latest Odisha News

ପିସିସି ସଭାପତି ପାଇଁ ସସପେନ୍ସ: ଓଡ଼ିଶା କଂଗ୍ରେସର ହେବ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ବର: ବଦଳିବ ଓଡିଶା କଂଗ୍ରେସର ରୂପରେଖ । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସ୍ଥିତିକୁ ସଜାଡିବା ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ତିନି ଦିନ ପୂର୍ବେ ଏଆଇସିସି ମୁଖ୍ୟାଳୟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବେଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଦେଶରେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ।

ରାଜ୍ୟରେ କଂଗ୍ରେସ ସଭାପତି ଚୟନ ପାଇଁ ନଭେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ । ଏମାନେ ଇତିମଧ୍ୟରେ କଂଗ୍ରେସ ହାଇକମାଣ୍ଡଙ୍କୁ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି । ଓଡ଼ିଶା ପାଇଁ ଏଥର ନୂତନ ପିସିସି ସଭାପତି ଘୋଷଣା ପୂର୍ବରୁ ପ୍ରଥମେ ପ୍ରଭାରୀଙ୍କ ନିଯୁକ୍ତି ହେବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ର୍ତ୍ତମାନ ଓଡ଼ିଶା ଦାୟିତ୍ବରେ ଥିବା ଏଆଇସିସି ପ୍ରଭାରୀ ଡ. ଅଜୟ କୁମାରଙ୍କୁ ଦାୟିତ୍ବରୁ ହଟାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅଜୟ କୁମାର ବୃହତ୍‌ ଭୋଟ ବ୍ୟବଧାନରେ ନିର୍ବାଚନ ହାରିବା ପରେ ଶ୍ରୀ କୁମାରଙ୍କୁ ପ୍ରଭାରୀ ପଦରୁ ହଟାଇବା ନେଇ କିଛି ଅସନ୍ତୁଷ୍ଟ କଂଗ୍ରେସ ନେତା ହାଇକମାଣ୍ଡ ଆଗରେ ଫେରାଦ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.