Latest Odisha News

BREAKING NEWS

ରାମ ମନ୍ଦିର ପରିକ୍ରମା ପଥରେ ୬ ଦେବାଦେବୀଙ୍କ ଦର୍ଶନ କରିବେ ଭକ୍ତ, ଜାନୁଆରୀ ସୁଦ୍ଧା ମନ୍ଦିର ନିର୍ମାଣ ହେବ ଶେଷ 

ଅଯୋଧ୍ୟା: ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ବଡ ଖବର । ରାମ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନେ ଏବେ ପରିକ୍ରମା ପଥରେ ୬ ଦେବାଦେବୀଙ୍କ ଦର୍ଶନ କରି ପାରିବେ । ମନ୍ଦିରର ୮୦୦ମି. ପରିଧିରେ ଶ୍ରୀ ଗଣେଷ, ମହାଦେବ, ହନୁମାନ, ସୂର୍ଯ୍ୟ , ମା ଦୁର୍ଗା ଓ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ନିର୍ମାଣ କରାଯାଉଛି । ଏହି ମନ୍ଦିର ନିର୍ମାଣ କାମ ଜାନୁଆରୀ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ସୂଚନା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି ।

ସୂଚନାଥାଉକି ,ଜାନୁଆରୀ ୨୨, ୨୦୨୪ ରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମଲାଲା ବିରାଜମାନ ହୋଇଥିଲେ । ତେବେ ମନ୍ଦିର ପ୍ରତିଷ୍ଠା ସମାରୋହ ଦିବସର ଯୋଜନାକୁ ନଜରରେ ରଖି ପ୍ରସ୍ତୁତି କରାଯାଉଛି ।

ଏଥିଲାଗି ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ବାରାନ୍ବିତ କରାଯାଇଛି । ଏଥିସହ ରାମଜନ୍ମ ଭୂମି ପରିସରରେ ସପ୍ତଋଷିଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯାଉଛି । ରାମ ମନ୍ଦିରର ଶିଖର ନିର୍ମାଣ କାର୍ଯ୍ୟ ୪୦ପ୍ରତିଶତ ସରିଛି । ଆଗାମୀ ଜାନୁଆରୀ ମାସ ଭିତରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁସାରେ, ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲୁଛି ।

Leave A Reply

Your email address will not be published.