Latest Odisha News

BREAKING NEWS

ଓଡ଼ିଶାରେ ରେଳ ଭିତ୍ତିଭୂମିର ହେବ ଆହୁରି ବିକାଶ; ୭୩,୭୨୩ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଗାମୀ ଦିନ ଗୁଡିକରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ଆହୁରି ବିକାଶ ହେବ । ସେନେଇ ରାଜ୍ୟରେ ରେଳ ବିକାଶ ପାଇଁ ର ୭୩,୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏହି ରାଶି ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ରେଳପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ କୃତଜ୍ଞତା ଜଣାଇବା ସହ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ‘ଏକ୍ସ’ରେ ଲେଖିଛନ୍ତି ଯେ, ‘ଓଡ଼ିଶାରେ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର ମିଳିଛି । ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନୋଟି ରେଳ ମଣ୍ଡଳ ରହିବ । ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି । ମୋଦୀ ୩.୦ ସମୟରେ ୧୯,୨୮୯ କୋଟି ଟଙ୍କା ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି’ ।

କ୍ୟାବିନେଟରେ ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ, ଜୁନାଗଡ଼ ରୋଡ୍‌-ନବରଙ୍ଗପୁର ନୂତନ ରେଳ ଲାଇନ, ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ, ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂତନ ରେଳ ଲାଇନ, ବୁଡ଼ାମରା-ଚାକୁଳିଆ ନୂତନ ରେଳ ଲାଇନ, ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳ ଲାଇନ ଓ ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନ ରେଳ ଲାଇନ୍‌ କୁ କ୍ୟାବିନେଟ୍‌ ରେ ମଞ୍ଜୁରି ମିଳିଛି ।

ଏହି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ସାଂସଦ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଛି ।

Leave A Reply

Your email address will not be published.