Latest Odisha News

BREAKING NEWS

ସ୍ବପ୍ନ ଶାସ୍ତ୍ର: ସ୍ବପ୍ନରେ ଦେବଦେବୀଙ୍କୁ ଦେଖିଲେ କେଉଁସବୁ ଶୁଭ ସୂଚନା ମିଳେ!

ଭୁବନେଶ୍ବର:ଶୋଇବାବେଳେ ଆମେ କେବେକେବେ ଦେବାଦେବୀଙ୍କ ସ୍ବପ୍ନ ଦେଖିଥାଉ । ଦେଖିବାକୁ ଗଲେ ସ୍ବପ୍ନରେ ଠାକୁରଙ୍କୁ ଦେଖିବା ଶୁଭ ସଙ୍କେତ ଅଟେ । ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ କେଉଁ ଦେବାଦେବୀଙ୍କୁ ସ୍ବପ୍ନରେ ଦେଖିଲେ କେଉଁ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା:

-ସ୍ବପ୍ନରେ ଶ୍ରୀରାମଙ୍କ ଦର୍ଶନ ହେଲେ ଜୀବନରେ ବଡ ସଫଳତା ହାସଲ ହେବ ବୋଲି ସଙ୍କେତ ମିଳିଥାଏ । ଏଥିସହ ଆପଣ ଉନ୍ନତି ପଥରେ ଅଗ୍ରସର ହେବେ ବୋଲି ସ୍ବପ୍ନ ଶାସ୍ତ୍ର କହେ ।

-ମାତା ଲକ୍ଷ୍ମୀଙ୍କୁ ସ୍ବପ୍ନରେ ଦେଖିଲେ ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଏଥିସହ ଘର- ପରିବାରରେ ସୁଖ ସମୃଦ୍ଧି ଆସିବାର ସଙ୍କେତ ମିଳେ ।

-ସ୍ବପ୍ନରେ ଶିବଲିଙ୍ଗ ଦେଖିବା ଅତ୍ୟନ୍ତ ଶୁଭ ବୋଲି କୁହଯାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ, ଶିବଲିଙ୍ଗ ସ୍ବପ୍ନରେ ଦେଖିବାର ଅର୍ଥ ହେଉଛି, ମହାଦେବ ପ୍ରସନ୍ନ ଅଛନ୍ତି ଓ ଖୁବ୍‌ଶୀଘ୍ର ସବୁ ସଙ୍କଟ ଦୂର ହେବାକୁ ଯାଉଛି।

-ମା’ ଦୁର୍ଗାଙ୍କୁ ସ୍ବପ୍ନରେ ଦେଖିଥିବା ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ସ୍ବପ୍ନଶାସ୍ତ୍ରରେ ବର୍ଣ୍ଣିତ। ରୋଗରୁ ମୁକ୍ତି ମିଳିବ ବୋଲି ଏହି ସ୍ବପ୍ନ ସଙ୍କେତ ଦେଇଥାଏ। ଆଗାମୀ ଦିନଗୁଡ଼ିକ ବହୁତ ଭଲ ହେବ ଏବଂ ଅନେକ କ୍ଷେତ୍ରରେ ସଫଳତା ମିଳିବ ବୋଲି ମଧ୍ୟ ଏହି ସ୍ବପ୍ନ ସୂଚାଇଥାଏ।

-ସ୍ବପ୍ନରେ ଶ୍ରୀଗଣେଶ ଦେଖାଦେଲେ, ସେହି ବ୍ୟକ୍ତି ପାଇଁ ଶୁଭ ଫଳଦାୟୀ ହୋଇଥାଏ। ଅଧିକ ଦିନ ହେବ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ ଏବଂ ଜୀବନରେ ଆସୁଥିବା ବିଘ୍ନ ଦୂର ହେବାର ସମୟ ଆସିଯାଇଛି ବୋଲି ସୂଚାଇଥାଏ।

-ମା’ ସରସ୍ବତୀ ସ୍ବପ୍ନରେ ଦେଖାଦେଲେ, ଶିକ୍ଷା କ୍ଷେତ୍ରରେ ଶୁଭ ଖବର ମିଳିବ ବୋଲି ସ୍ବପ୍ନଶାସ୍ତ୍ରରେ କୁହାଯାଇଛି। କୌଣସି ବଡ଼ ଉପଲବ୍ଧି ହାସଲ ହୋଇପାରେ କିମ୍ବା କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିବାର ଏହା ସଙ୍କେତ ମିଳିଥାଏ ।

-ସ୍ବପ୍ନରେ ଶ୍ରୀ ନାରାୟଣ ଦେଖାଦେଲେ, ଭାଗ୍ୟ ଉଦୟର ସୂଚନା ମିଳିଥାଏ। ଧୀରେ ଧୀରେ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ବୋଲି ସୂଚାଇଥାଏ।

Comments are closed.