Latest Odisha News

ଆଖି ବୁଜିଲା କଲରାପତରିଆ ବାଘୁଣୀ ‘ରାଣୀ’

ଭୁବନେଶ୍ବର: ସମ୍ବଲପୁର ଚିଡିଆଖାନାରେ ଆଖି ବୁଜିଲା କଲରାପତରିଆ ବାଘୁଣୀ ‘ରାଣୀ’ । ବାଘୁଣୀ ଗର୍ଭାଶୟ ସଂକ୍ରମଣରେ ପୀଡିତ ଥିଲା । ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ତେବେ ଗତକାଲି ସନ୍ଧ୍ୟାରେ ପ୍ରଥମେ ବାଘୁଣୀର ବାନ୍ତି ହୋଇଥିଲା ଏହା ପରେ ଡାକ୍ତର ତାରା ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ପରେ କଲରାପତରିଆ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା ପରେ ମୃତ୍ୟୁ ହୋଇଥିଲା । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ତର ଡିଏଫଓଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ସମ୍ବଲପୁର ଚିଡିଆଖାନାରେ ନଭେମ୍ବର ୯ ତାରିଖରେ ପ୍ରଥମେ ବାଘ ରାଜା ଓ ରାଣୀ ବାଘୁଣୀର ମିଳନ ହୋଇଥିଲା । ପରେ ଉଭୟଙ୍କୁ କମନ୍ ଏନକ୍ଲୋଜରରେ ଅଲଗା ଅଲଗା କରି ରଖାଯାଇଥିଲା ।

Comments are closed.