Latest Odisha News

BREAKING NEWS

ପୋଲାଭରମକୁ ନେଇ ଅଚଳ ଗୃହ: ନବୀନ କହିଲେ, ‘ଲଢେଇ ଜାରି ରହିବ’

ଭୁବନେଶ୍ବର: ପୋଲାଭରମ ନେଇ ସରଗରମ ହେଲା ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଧ୍ୟ ହୋଇ ପ୍ରଥମେ ୧୧ଟା ଆଉ ତାପରେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ।

ଆଜି ସପ୍ତଦଶ ବିଧାନସଭା ଅଧିବେଶନର ଅଷ୍ଟମ ଦିନରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଶାସକ । ପୋଲାଭରମ ପ୍ରସଙ୍ଗ ବିଚାରାଧୀନ ଅବସ୍ଥାରେ ଥିବାରୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି ସୁରମା ପାଢୀ । ଆଉ ପୋଲାଭରମ୍ ପ୍ରସଙ୍ଗରେ ମୁଲତବି ଅଗ୍ରାହ୍ୟ ହେବା ପରେ ହଟ୍ଟଗୋଳ ଦେଖାଦେଇଥିଲା । କଂଗ୍ରେସ ଏବଂ ବିଜେଡି ବିଧାୟକମାନେ ନାରାବାଜି କରିବା ସହ ଗୃହ ମଧ୍ୟକୁ ଆସି ହୋହଲ୍ଲା ଆରମ୍ଭ କରିଥିଲେ । ହଟ୍ଟଗୋଳ ନାରାବାଜି ପରେ ଗୃହକୁ ଅପରାୟ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।

ସେପଟେ ଏହାକୁ ନେଇ କଡା ସନ୍ଦେଶ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସବୁବେଳେ ଓଡିଶାବାସୀଙ୍କ ସ୍ବାର୍ଥରେ ଲଢିଆସିଥିଲା ଆଉ ଆଗକୁ ବି ଲଢେଇ ଜାରି ରହିବ ବୋଲି କହିଛନ୍ତି ନବୀନ ।

ତେବେ ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ହେବା ଦ୍ବାରା ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବା ନେଇ ଆଶଙ୍କା ରହିଛି ।  ପୋଲାଭରମ ପ୍ରକଳ୍ପ ଦ୍ଵାରା ମାଲକାନଗିରିର ହଜାର ହଜାର ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବ ବୋଲି ଦାବି କରିଆସୁଛନ୍ତି ବିରୋଧୀ । ଉଭୟ ରାଜ୍ୟରେ ଏନଡିଏ ସରକାର ଥିବାରୁ ବିରୋଧୀ ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି ।ଏନେଇ ସରକାର କିଛି କରନ୍ତୁ ବୋଲି ଦାବି କରୁଛନ୍ତି । ଏତିସହିତ ଦିଲ୍ଲୀରେ ବିଜେଡି ପ୍ରତିନିଧି ଦଳ ଓ ରାଜ୍ୟସଭା ସାଂସଦମାନେ କେନ୍ଦ୍ରର ମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଦିବାସୀଙ୍କୁ ନ୍ୟାୟ ମିଳୁ ବୋଲି ଦୃଢ଼ ଦାବି କରିଛନ୍ତି ।

Comments are closed.