Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୨୩ ରନରେ ପରାସ୍ତ କରି ଇଂଲଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୫୮୩ ରନର ଟାର୍ଗଟ ମିଳିଥିଲା । ୨୫୯ ରନରେ କିୱି ଟିମ ଅଲଆଉଟ ହୋଇ ଯାଇଥିଲା । ଡିସେମ୍ବର ୧୪ରୁ ହାମିଲଟନରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ । ଏହି ପରାଜୟ ଯୋଗୁ ନ୍ୟୁଜିଲାଣ୍ଡର ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଛି । ଏବେ ଏହି ଦୌଡରେ ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରହିଛନ୍ତି । ଅନ୍ୟ ଟିମ ବାଦ ପଡି ସାରିଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜର ଫାଇନାଲ ମ୍ୟାଚ ଲର୍ଡସରେ ୨୦୨୫ରେ ଖେଳାଯିବ । ଏହାର ତୃତୀୟ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଟେଷ୍ଟରେ ବିଜୟ ପାଇଁ ୧୨, ଡ୍ର ନିମନ୍ତେ ୪ ଓ ଟାଇ ପାଇଁ ୬ ପଂଏଟ ମିଳିଥାଏ ।

ସେହିପରି ବିଜୟ ପାଇଁ ୧୦୦, ଟାଇ ପାଇଁ ୫୦ ଓ ଡ୍ର ନିମନ୍ତେ ୩୩.୩୩ ପ୍ରତିଶତ ଯୋଗ କରାଯାଇଥାଏ । ବିଜୟ ପ୍ରତିଶତକୁ ନେଇ ପଂଏଟ ଟେବୁଲ ପ୍ରସ୍ତୁତ ହୋଇଥାଏ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ପରାଜିତ ହୋଇଛି । ଫଳରେ ଫାଇନାଲ ପ୍ରବେଶ ପାଇଁ ବାକିଥିବା ୩ଟି ଟେଷ୍ଟରୁ ୨ଟିରେ ବିଜୟ ଓ ଗୋଟିକରେ ଡ୍ର ରଖିବାକୁ ପଡିବ ।

Comments are closed.