Latest Odisha News

ଅଟକିଲା କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ

ନୂଆଦିଲ୍ଲୀ: ଅଟକିଲା କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। କୃଷକ ନେତା ସରଭନ ସିଂ ପାଣ୍ଡେର୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଆମେ ଏକ ବୈଠକ କରିବୁ। ଏଥିରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏବଂ କିସାନ୍ ମଜଦୁର ମୋର୍ଚ୍ଚା ସହ ବୈଠକ ପରେ ରଣନୀତି ଉପରେ ନିଷ୍ପତ୍ତି ନେବେ।

ଆଜିର ବିକ୍ଷୋଭରେ ୬ ଜଣ କୃଷକ ଆହତ ହୋଇଥିବା ସେ ଦାବି କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ଯାଉଥିବା ୧୦୧ କୃଷକଙ୍କ ଏକ ଦଳକୁ ଶମ୍ଭୁ ବର୍ଡରରେ ଅଟକାଇ ଦିଆଯାଇଥିଲା। ଏହି କୃଷକମାନଙ୍କୁ ଦିଲ୍ଲୀ ଆଡକୁ ଯିବାକୁ ଦିଆଯାଇନଥିଲା।

କୃଷକମାନେ ଦିଲ୍ଲୀ ଯିବା ପାଇଁ ଜିଦ୍ ଧରିବାରୁ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏହି ସମୟରେ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏଥିରେ କିଛି ଚାଷୀ ଆହତ ମଧ୍ଯ ହୋଇଥିଲେ। ଯେଉଁଥିପାଇଁ କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।

Comments are closed.