ବ୍ରହ୍ମପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ୪ ବର୍ଷ ପରେ ମିଳିଲା ରାୟ। ଦୋଷୀକୁ ମିଳିଛି ୨୦ ବର୍ଷ ଦଣ୍ଡାଦେଶ। ଫାଷ୍ଟଟ୍ରାକ ପୋକ୍ସୋ ଜଜ୍ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କବିସୂର୍ଯ୍ୟନଗର ଅଞ୍ଚଳର ଅଭିଯୁକ୍ତ ବିଭୀଷଣ ଗୌଡ(୫୪)କୁ ଜେଲ ସହ ୯୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୭ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୨୪ ତାରିଖରେ ୭ମ ଶ୍ରେଣୀର ନାବାଳିକା ଛାତ୍ରୀ ଜଣକ ଟ୍ୟୁଶନ ଯାଉଥିବା ସମୟରେ, ଅଭିଯୁକ୍ତ ବିଭୀଷଣ ନବଳିକାକୁ ଅପହରଣ କରିଥିଲା। ପରେ ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟ ବୁଦା ମୂଳକୁ ନେଇ ବଳାତ୍କାର କରିଥିଲା ବିଭୀଷଣ। କାହାକୁ କହିଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲା। ଘଟଣାର ୨ଦିନ ପରେ ଅର୍ଥାତ ୨୬ ତାରିଖରେ ନବଳିକାକୁ ବିଭୀଷଣ ପୁଣି ସେହି ସ୍ଥାନରେ ବଳାତ୍କାର କରିଥିଲା। ନାବଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିବାରୁ ପରିବାର ଲୋକେ ତାଙ୍କୁ ପଚରାଉଚରା କରିଥିଲେ। ପରେ ଏ ନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କେସ ନମ୍ବର ୨୬୯/୨୦ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ବିଭୀଷଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ୧୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି।
Comments are closed.