Latest Odisha News

ଓଡିଶାରେ ୨୭ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ତାଙ୍କ ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ତାଲିକାରେ ୨୭ଟି ସାମଗ୍ରୀ ଅଥବା ଉତ୍ପାଦ ସାମିଲ ରହିଛି । ରାଜ୍ୟରେ ସର୍ବାଧିକ ହସ୍ତଶିଳ୍ପ ବର୍ଗରେ ୧୬ଟି ଉତ୍ପାଦ ଓ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବା ୭ କୃଷି କ୍ଷେତ୍ରରେ ଏବଂ ୪ଟି ଖାଦ୍ୟ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି ।

ସେହିପରି ପଟ୍ଟଚିତ୍ର ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଓଡ଼ିଶା ରସଗୋଲା ପାଇଁ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି । କନ୍ଧମାଳ ହଳଦୀ ପାଇଁ କନ୍ଧମାଳ ଜିଲାକୁ ମାନ୍ୟତା ମିଳିଛି । ସେହିଭଳି ଓଡ଼ିଶା ଖଜୁରୀ ଗୁଡ ପାଇଁ ଗଜପତି ଓ ଖୋର୍ଦ୍ଧା ଜିଲାକୁ ମାନ୍ୟତା ମିଳିଛି ବୋଲି ତଥ୍ୟ ପ୍ରଦାନ କରିଛନ୍ତି ମନ୍ତ୍ରୀ ।

ତେବେ ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗଳିକ ସୂଚକାଙ୍କ ମାନ୍ୟତା ମିଳିଛି ବୋଲି ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ । ମନ୍ତ୍ରୀ ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ।

Leave A Reply

Your email address will not be published.