Latest Odisha News

୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ: ହରିୟାଣା ଓଭରାଲ ଚାମ୍ପିୟନ, ଓଡିଶାକୁ ୧୧ ପଦକ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ ଉଦଯାପିତ ହୋଇଯାଇଛି । ହରିୟାଣା ଟିମ ଓଭରାଲ ୩୦୩ ପଂଏଟ ସହ ଚାମ୍ପିୟନ ହୋଇଥିବା ବେଳେ ତାମିଲନାଡୁ ୨୬୯ ପଂଏଟ ପାଇ ରନର୍ସଅପ ହୋଇଛି । ପୁରୁଷ ଏବଂ ମହିଳା ବିଭାଗରେ ମଧ୍ୟ ହରିୟାଣା ଚାମ୍ପିୟନ ହୋଇଛି । ଓଡିଶା ଆଥଲେଟ ଏହି ଚାମ୍ପିୟନଶିପରେ ୬ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ସହ ଓଭରାଲ ୧୧ ପଦକ ହାସଲ କରଛନ୍ତି । ଦଣ୍ଡପତି ମୃତ୍ୟମ ଜୟରାମ ୨୦ ବର୍ଷରୁ କମ ପୁରୁଷ ବିଭାଗରେ ୧୦୦, ୨୦୦ ଓ ୪ ଗୁଣନ ୧୦୦ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ରିଲେ ଟିମରେ ଅସ୍ତିକ ପ୍ରଧାନ, ମହେନ୍ଦ୍ର ସାନ୍ତା ଓ ରାଜେନ୍ଦର ସିଦ୍ଧୁ ରହିଥିଲେ ।

୨୦ ବର୍ଷରୁ କମ ୪୦୦ ମିଟରରେ ଅସ୍ତିକ ରୌପ୍ୟ ଏବଂ ୧୮ ବର୍ଷରୁ କମ ୧୦୦ ମିଟରରେ ପ୍ରତୀକ ମହାରାଣା ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରତୀମ ୨୧.୨୮ ସେକେଣ୍ଡ ସମୟ ନେଇ ନୂତନ ମିଟ ରେକର୍ଡ ସ୍ଥାପନ କରିଥିଲେ । ଶଟପୁଟ ଥ୍ରୋୟର ଓଁକାର ପ୍ରସାଦ ନନ୍ଦ ୧୮ ବର୍ଷରୁ କମ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦ ବର୍ଷରୁ କମ ମହିଳା ୧୦୦ ମିଟର ହର୍ଡଲ୍ସରେ ସବିତା ଟପ୍ପୋ ରୌପ୍ୟ, ୨୦ ବର୍ଷରୁ କମ ମହିଳା ୮୦୦ ମିଟରରେ ଲକ୍ଷ୍ମୀପ୍ରିୟା କିଶାନ ବ୍ରୋଞ୍ଜ ଓ ୨୦ ବର୍ଷରୁ କମ ମହିଳା ୮୦୦ ମିଟର ଜାଭେଲିନରେ ଅର୍ପିତା ଅର୍ଚ୍ଚନା ସାହୁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅନୀଲ ସାଲବମ ୧୬ ବର୍ଷରୁ କମ ୬୦୦ ମିଟରରେ ବ୍ରୋଞ୍ଜ ଓ ୧୪ ବର୍ଷରୁ କମ ବାଳିକା ବିଭାଗରେ ଟ୍ରାଏଥଲାନରେ ସମୀକ୍ଷା ସ୍ମରଣିକା ବେହେରା ବ୍ରୋଞ୍ଜ ପଦକ ଜିିତିଛନ୍ତି ।

ଏହି ଚାମ୍ପିୟନଶିପରେ ୨୦ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଛି । ଉଦଯାପନୀ ଉତ୍ସବରେ ଆଥଲେଟିକ୍ସ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଆଦିଲ ସୁମାରିୱାଲା, କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡିଶା ହକି ପ୍ରମୋସନ କାଉନସିଲର ସିଇଓ ଦୀପଙ୍କର ମହାପାତ୍ର ଓ ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.