Latest Odisha News

BREAKING NEWS

ଗୁରୁଗ୍ରାମ କ୍ଲବ ବିସ୍ଫୋରଣ: ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ମୁମ୍ଵାଇ: ଦୁଇ ଦିନ ପୂର୍ବେ ହରିୟାଣାର ଗୁରୁଗ୍ରାମ, ସେକ୍ଟର-୨ରେ ଅବସ୍ଥିତ କ୍ଲବରେ ବିସ୍ଫୋରଣ ଘଟିଥିଲା। ଏଥିପାଇଁ ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ରୋହିତ ଗୋଦରା ଏବଂ ଗୋଲ୍ଡି ବରାର ନିଜକୁ ଦାୟୀ କରିଛନ୍ତି। ଫେସବୁକରେ ସୋସିଆଲ ମିଡିଆରେ ଏହି କଥା ପୋଷ୍ଟ କରାଯାଇଛି।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ଯେ ଡ୍ୟାନ୍ସ କ୍ଲବ ମାଲିକମାନେ ଏହି କାମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି, ସେମାନେ ଟିକସ ଚୋରି କରି ଦେଶକୁ କ୍ଷତି ପହଞ୍ଚାନ୍ତି। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହା ଏକ ଛୋଟ ବିସ୍ଫୋରଣ। ଆମେ ଆହୁରି ବଡ ବିସ୍ଫୋରଣ ମଧ୍ୟ କରିପାରିବା। ତେବେ ଏହି ମାମଲାରେ ଗୁରୁଗ୍ରାମ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

କ୍ଲବରେ ବୋମା ବିସ୍ଫୋରଣର ସିସିଟିଭି ଫୁଟେଜ ମଧ୍ୟ ପ୍ରକାଶ ପାଇଛି। ଅଭିଯୁକ୍ତମାନେ କ୍ଲବକୁ ଟାର୍ଗେଟ କରି ଦୁଇଟି ବୋମା ଫିଙ୍ଗିଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସେମାନଙ୍କର ଇକୋ ବହୁତ ଦୂରରୁ ଶୁଣିବାକୁ ମିଳିଥିଲା। ବିସ୍ଫୋରଣରେ କ୍ଲବର ଗ୍ଲାସ ଭାଙ୍ଗି କ୍ଲବ ବାହାରେ ପାର୍କିଂ ହୋଇଥିବା ସ୍କୁଟରରେ ନିଆଁ ଲାଗିଯାଇଥିଲା। ପୋଲିସ ଗିରଫ କରିଥିବା ବ୍ୟକ୍ତିଙ୍କ ଠାରୁ ବୋମା ଉଦ୍ଧାର କରିଥିଲା। ଉକ୍ତ ଘଟଣା ଘଟିବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ବମ୍‌ ସ୍କ୍ଵାଡ୍‌ ବୋମାକୁ ଡିସ୍‌ପୋଜ କରି ଦେଇଥିଲେ।

 

Comments are closed.