Latest Odisha News

BREAKING NEWS

ଅତୁଲଙ୍କ ପତ୍ନୀଙ୍କୁ ଚାକିରିରୁ ବାହାର କରିବାକୁ ଦାବି, ‘ଏକ୍ସ’ ହ୍ୟାଣ୍ଡେଲ ଲକ୍ କଲା ଆସେଞ୍ଚର

ବେଙ୍ଗାଲୁରୁ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବେଙ୍ଗାଲୁରୁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ହାରିବା ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିବା ସହ ଭିଡିଓ ମଧ୍ଯ କରିଥିଲେ। ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ ମଧ୍ଯ କରିଥିଲେ।

ଏହାରି ମଧ୍ୟରେ ବର୍ତ୍ତମାନ ଲୋକମାନେ ବହୁରାଷ୍ଟ୍ରୀୟ କମ୍ପାନୀ ଆସେଞ୍ଚରକୁ ଟାର୍ଗେଟ କରୁଛନ୍ତି। ଅତୁଲଙ୍କ ପତ୍ନୀ ନିକିତା ସିଙ୍ଘାନିଆ ଆସେଞ୍ଚରରେ କାମ କରନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ନିକିତାଙ୍କୁ କମ୍ପାନୀରୁ ହଟାଇବାକୁ ଦାବି କରୁଛନ୍ତି। ସୋସିଆଲ ମିଡିଆରେ ବଢୁଥିବା ବିରୋଧକୁ ଦେଖି ଆସେଞ୍ଚର ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲକୁ ଲକ୍ କରିଦେଇଛି। ନିକିତା ସିଙ୍ଘାନିଆ ଆସେଞ୍ଚରରେ ଜଣେ ଏଆଇ ଇଞ୍ଜିନିୟରିଂ କନସଲଟାଣ୍ଟ।

ତେବେ ଏନେଇ ଅତୁଲଙ୍କ ଭାଇ ବିକାଶ କୁମାର କହିଛନ୍ତି, “ଅତୁଲଙ୍କ ପତ୍ନୀ ଏବଂ ତାଙ୍କ ପରିବାର ୩ କୋଟି ଟଙ୍କା ମାଗିଥିଲେ।

 

Comments are closed.