ମାଲକାନଗିରି: ଛତିଶଗଡର ଦାନ୍ତେୱାଡା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଦାନ୍ତେୱାଡା ସୀମା ନିକଟସ୍ଥ ଆବୁଜମାଦର ଅର୍କା ବ୍ଳକର ରେକୱା ଏବଂ ହିଟୁଲ ଜଙ୍ଗଲରେ ଏନକାଉଣ୍ଟର ସହିତ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।
ସୂଚନା ମୁତାବକ, ଦକ୍ଷିଣ ଆବୁଜାମାଡରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ଏହି ସୂଚନା ପରେ ଏକ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ କରାଯାଇଛି । ଏହି ଅପରେସନର ଏକ ଅଂଶ ଭାବରେ ନାରାୟଣପୁର, ଦାନ୍ତେୱାଡା, ବସ୍ତର ଏବଂ କୋଣ୍ଡାଗାଓଁ ଜିଲ୍ଲାର ଦିଆରଜି ଟିମ୍ ସହିତ ଏସଟିଏଫ୍ ଏବଂ ସିଆରପିଏଫ୍ ର ମିଳିତ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
ଗୁରୁବାର ଭୋର ୩ଟାରୁ ମିଳିତ ସୁରକ୍ଷା ବାହିନୀ ଦଳ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
Comments are closed.