Latest Odisha News

କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି ।

ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ କେଜ୍ରିଓ୍ବାଲ ନିଜେ ସ୍ବିକାର କରିଛନ୍ତି ଯେ, ଗତ ୨୦ ମସିହା ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ସେ ୩ଟି ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି । ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି, ତିନୋଟି ପ୍ରତିଶ୍ରୁତି ମଧ୍ୟରୁ ଯେଉଁଟା ମୋର ଆଉ ଦିଲ୍ଲୀବାସୀଙ୍କ ହୃଦୟର ସବୁଠୁ ନିକଟତର ତାହା ହେଲା ଯମୁନା ନଦୀ ପ୍ରଦୂଷଣ ପ୍ରସଙ୍ଗ, ଯାହାକୁ ପୂରା କରିବାରେ ମୁଁ ବିଫଳ ହୋଇଛି । ଆଉ ଅନ୍ୟ ଦୁଇଟି ହେଲା, ଘରେ ଘରେ ଟ୍ୟାପ୍ ଯୋଗେଁ ପିଇବା ପାଣି ପହଞ୍ଚାଇବା ଆଉ ଦିଲ୍ଲୀର ରାସ୍ତାକୁ ୟୁରୋପୀୟ ଦେଶର ରାସ୍ତାରା ଭଳି ଚକାଚକ୍ କରିବା । ଯେଉଁ ତିନୋଟି ଯାକ ମୁଁ ପୂରଣ ନକରିଥିବା ସ୍ବୀକାର କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଦୁଇଟି କାରଣ ପାଇଁ ସେ ଏହି ପ୍ରତିଶ୍ରୁତି ପୂରଣ କରିପାରିଲେ ନାହିଁ । ପ୍ରଥମତଃ କରୋନା ଏବଂ ଅନ୍ୟଟି ହେଉଛି ଆପ ନେତା ଓ ସେ ନିଜେ ଜେଲ୍ ଯିବା କାରଣରୁ । ବିଜେପି ସେମାନଙ୍କର ପ୍ରମୁଖ ନେତାମାନଙ୍କୁ ଜଲରେ ପୂରାଇବା କାରଣରୁ ସେ ଏଗୁଡିକ ପୂରଣ କରିପାରିଲେ ନାହିଁ । ଏଥିସହିତ ସେ ଏହା ବି ପ୍ରତିଶ୍ରୁତି ଦେଇଛନ୍ତି କି, ଏଥର ସେ ପୁଣି ଥରେ ସରକାର ଗଢିଲେ ଏହି ସବୁ ପ୍ରତିଶ୍ରୁତିକୁ ଆଗ ପୂରଣ କରିବେ । ତାଙ୍କ ପାଖରେ ଅର୍ଥ ଏବଂ ପ୍ଲାନ୍ ଉଭୟ ଅଛି, ଖାଲି ଜନତାଙ୍କୁ ସମୟ ମାଗିଛନ୍ତି କେଜ୍ରିଓ୍ବାଲ ।

ତେବେ ଅରବିନ୍ଦଙ୍କ ଏଭଳି ମନ୍ତବ୍ୟଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ନେତା ଅମିତ୍ ମାଲଭିଆ ।

Leave A Reply

Your email address will not be published.