ନୂଆଦିଲ୍ଲୀ: ପାରମ୍ପରିକ ଆସନ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେହିପରି କାଳକାଜିରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆପ୍ ରବିବାର ଜାରି କରିଥିବା ଚତୁର୍ଥ ପ୍ରାର୍ଥୀ ତାଲିକାରୁ ଏହା ଜାଣିବାକୁ ମିଳିଛି।
ଆସନ୍ତା ବର୍ଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଏହି ପ୍ରକ୍ରିୟାରେ ସମସ୍ତ ଦଳ ଲାଗି ପଡିଥିବା ବେଳେ, କିଏ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ସେ ନେଇ ଚାଲିଛି କଳ୍ପନା ଜଳ୍ପନା। ଏହାରି ଭିତରେ ଆପ ବିଧାନସଭା ନିର୍ବାଚନ ପାଇଁ ତା’ର ଚତୁର୍ଥ ତଥା ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩୮ ଜଣଙ୍କ ନାମ ଘୋଷଣା କରାଯାଇଛି।
ତାଲିକା ଅନୁସାରେ, ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ସିଟରୁ ନିର୍ବାଚନ ଲଢ଼ିବେ। ସେହିପରି ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଳକାଜୀରୁ ନିର୍ବାଚନ ଲଢ଼ିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ବର୍ତ୍ତମାନ ଏହି ଆସନରୁ ସେ ବିଧାୟକ ଅଛନ୍ତି।
ଏହାରି ଭିତରେ ପାର୍ଟିର ବର୍ତ୍ତମାନର ବିଧାୟକ ମଦନ ଲାଲଙ୍କ ଟିକେଟ୍ କାଟିଛି। ତାଙ୍କ ବଦଳରେ କସ୍ତୁରବା ନାଗର ସିଟରୁ ରମେଶ ପେହଲୱାନ ମୈଦାନକୁ ଓହ୍ଲାଇଛନ୍ତି। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ଆଜି ହିଁ ବିଜେପି ଛାଡି ଆପ୍ରେ ଯୋଗ ଦେଇଥିଲେ।
ସେହିପରି ବାବରପୁରରୁ ମନ୍ତ୍ରୀ ଗୋପାଳ ରାୟ ଓ ତିଲକ ନଗର ଆସନରୁ ଜରନୈଲ ସିଂହ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ ସତ୍ୟେନ୍ଦ୍ର କୁମାର ଜୈନ ଶକୁର ବସ୍ତିରୁ, ଓଖଲାରୁ ଅମାନତୁଲ୍ଲା ଖାନ୍, ମୁକେଶ କୁମାର ଅହଲାବାତ ସୁଲତାନପୁର ମାଜରାରୁ, ରଘୁବିନ୍ଦର ସୌକିନ ନାଙ୍ଗଲୋଇ ଜାଟରୁ, ସୋମ ଦତ୍ତ ସଦର ବାଜାରରୁ ଓ ଇମ୍ରାନ ହୁସେନ ବଲ୍ଲିମାରାନରୁ ନିର୍ବାଚନ ଲଢ଼ିବେ।
आज आम आदमी पार्टी ने सभी 70 सीटों पर अपने उम्मीदवार घोषित कर दिए। पार्टी पूरे आत्मविश्वास और पूरी तैयारी के साथ चुनाव लड़ रही है।
बीजेपी गायब है। उनके पास ना CM चेहरा है, ना टीम है, ना प्लानिंग है और ना दिल्ली के लिए कोई विज़न है। उनका केवल एक ही नारा है, केवल एक ही नीति है और… https://t.co/OQ4ehsfKHY
— Arvind Kejriwal (@ArvindKejriwal) December 15, 2024
ପ୍ରାର୍ଥୀ ତାଲିକା ଘୋଷଣା ପରେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ। ଏହି ପୋଷ୍ଟରେ ସେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ ସମସ୍ତ ୭୦ଟି ଯାକ ଆସନ ଲାଗି ନିଜ ପ୍ରାର୍ଥୀ ଘୋଷଣା କରିସାରିଛି। ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ପ୍ରସ୍ତୁତି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ହେଲେ ବିଜେପି ନିଖୋଜ ହୋଇଛି। ବିଜେପିରର କୌଣସି ମୁଖ୍ୟମନ୍ତ୍ରୀ ଚେହେରା, ଦଳ ଓ ଯୋଜନା ନାହିଁ ବୋଲି ସେକହିଛନ୍ତି।’
Comments are closed.