Latest Odisha News

BREAKING NEWS

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡା: ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ରାୟଗଡା ଜିଲ୍ଳାରେ କଟକ ଭିଜିଲାନ୍ସ ଟିମ ଓ ସ୍ଥାନୀୟ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଶନିବାର ମୁନିଗୁଡା ବନାଞ୍ଚଳର ନିୟମଗିରି ପାହାଡ ଅଞ୍ଚଳରୁ ମୁନିଗୁଡା ବନବିଭାଗ ଓ ଏସଟିଏଫ ୨ଟି ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଥିଲା।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍  ଶନିବାର ମୁନିଗୁଡାର କରଡାବନ୍ଧ ଗ୍ରାମ ନିକଟରେ ୨ ଜଣଙ୍କୁ ଗିରଫ କରିଥିଲା। ଗିରଫଙ୍କ  ସୂଚନା ଅନୁସାରେ ଟିମ ନିୟମଗିରି ଅଞ୍ଚଳର ଏକ ଗ୍ରାମକୁ ଯାଇ ଆଉ ୩ ଜଣ ହାତୀଦାନ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲେ। ଘଟଣାସ୍ଥଳରୁ ୨ଟି ହାତୀ ଦାନ୍ତ ଜବତ୍ ହୋଇଥିଲା।

ବିଭାଗ ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ  ୨ଟି ବ‌ୋଲେରୋ ଉପରକୁ କିଛି ଅଜଣା ଲୋକ ଫାଇରିଂ କରିଥିଲେ। ସେମାନେ ଦୁର୍ବୁତ୍ତମାନଙ୍କୁ ଛଡାଇ ନେବା ପାଇଁ ଏପରି କରିଥିବା ସୂଚନା ମିଳିଛି। ଗୋଟିଏ ଗାଡ଼ିର ସାମ୍ନାପଟେ ୪ଟି ଗୁଳି ବାଜିଥିବା ବେଳେ ଅନ୍ୟ ଗାଡ଼ିର ବନେଟ ଏବଂ ଅନ୍ୟ ଜାଗାରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଫାୟାରିଂରେ କେହି ଆହତ ହୋଇ ନାହାନ୍ତି।

 

Comments are closed.