Latest Odisha News

ଆସନ୍ତାକାଲି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧୀକ୍ଷକ ଡିବି ଗଡ଼ନାୟକ ।

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ରତ୍ନଭଣ୍ଡାରର ମରାମତି କାମ । ଏଏସଆଇ ଟିମ୍ ସହ ପ୍ରଥମ ଦିନରେ ୧୫ରୁ ୨୦ ଜଣ ଶ୍ରମିକ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ । ମରାମତି ପାଇଁ ପ୍ରାୟ ୨୦ ଫୁଟ୍ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି । ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ ।

ପ୍ରାଥମିକ ଭାବେ ଚୂନ ପ୍ଲାଷ୍ଟର ହଟାଇ ଫାଟ ଥିବା ପଥର ରିପ୍ଲେସ ହେବ। ଏହାପରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥରରେ ମରାମତି କରାଯିବ । ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ଏଏସଆଇ ।

କାନ୍ଥରେ ଫାଟ ଓ ଚଟାଣର ଦୀର୍ଘସ୍ଥାୟୀ ମରାମତିକୁ ଏଏସଆଇ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Comments are closed.