ଲଦାଖ: ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୪.୩ ରହିଛି । ଯାହା ମୃଦୁ ଭୂମିକମ୍ପ ଶ୍ରେଣୀରେ ଆସୁଛି । ତେବେ ଭୂମିକମ୍ପର ତୀବ୍ରତା କମ୍ ଥିବାରୁ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ରହିଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଥିଲା । ଲଦାଖରେ ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ସମସ୍ତେ ନିଜ ନିଜ ଘରୁ ଖୋଲା ସ୍ଥାନାକୁ ଚାଲି ଆସିଥିଲେ ।
ସୂଚନାଯୋଗ୍ୟ, ୫ରୁ ୫.୯ ତୀବ୍ରତାର ଭୂମିକମ୍ପକୁ ମଧ୍ୟମ ଧରଣର ମାନ୍ୟତା ଦିଆଯାଇଛି । ଏଗୁଡ଼ିକ ବେଳେବେଳେ କ୍ଷୟକ୍ଷତି ଘଟାଇପାରେ । ୬ରୁ ଅଧିକ ତୀବ୍ରତାର ଭୂମିକମ୍ପ କ୍ଷୟକ୍ଷତି କରିଥାଏ । ଲାଖରେ ବର୍ଷକୁ ୮ ହଜାରରୁ ଅଧିକ ଥର ଏଭଳି ଭୂମିକମ୍ପ ରେକର୍ଡ କରାଯାଇଥାଏ ।