ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରପି ତୃତୀୟ ଟେଷ୍ଟ ପରେ ସେ ଏହି ନିଷ୍ପତି ନେଇଛନ୍ତି । ଏବେ ଅଶ୍ୱୀନ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ଅବସରକୁ ନେଇ ଅଧିନାୟକ ରୋହିତ ଶର୍ମା ବୟାନ ଦେଇଥିଲେ । ଏବେ ଅଶ୍ୱୀନଙ୍କ ବୟାନ ଆସିବା ପରେ ସବୁ କିଛି ଠିକ ନ ଥିବା ହୃଦୟଙ୍ଗମ ହୋଇଛି । ରୋହିତ ପ୍ରେସ କନଫେରେନ୍ସରେ କହିଥିଲେ, ଅଶ୍ୱିନୀ ପର୍ଥ ଟେଷ୍ଟ ପରେ ଅବସର ନେବାକୁ ଚାହୁଁଥିଲେ । ଆମେ ତାଙ୍କୁ ଆଡିଲେଡ ଟେଷ୍ଟ ଖେଳାଇବା ପାଇଁ ମନାଇଥିଲୁ ।
ଏବେ କିନ୍ତୁ ଚେନ୍ନାଇରେ ପଂହଚିବା ପରେ ଅଶ୍ୱୀନ କହିଛନ୍ତି ଯେ, ଅବସର ନିଷ୍ପତି ନେବା ଏକ କଷ୍ଟକର ବ୍ୟପାର ଥିଲା । ଚତୁର୍ଥ ଦିନ ବହୁତ ଚିନ୍ତା କରିବା ପରେ ୫ମ ଦିନ ଏହି କଠୋର ନିଷ୍ପତି ନେଇଥିଲି । ଏବେ ମୁଁ ମାନସିକସ୍ତରରେ ବହୁତ ଶାନ୍ତି ଅନୁଭବ କରୁଛି । ସେ ପୂର୍ବରୁ ଅବସର ନେବା କଥା ଚିନ୍ତା କରୁଥିବା ସମ୍ପର୍କରେ କିଛି କହି ନ ଥିଲେ । ଆଗକୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି । ମହେନ୍ଦ୍ର ସିଂ ଧୋନୀ, ଅନୀଲ କୁମ୍ବଲେଙ୍କ ପରେ ଏବେ ଅଶ୍ୱୀନ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅବସର ଘୋଷଣା କରିଛନ୍ତି । ୨୦୦୮ରେ କୁମ୍ବଲେ ଦିଲ୍ଲୀରେ, ୨୦୧୪ରେ ଧୋନୀ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ୪ର୍ଥ ଟେଷ୍ଟ ପରେ ଏବଂ ଏବେ ଅଶ୍ୱୀନ ଗାବା ଟେଷ୍ଟ ଶେଷ ହେବା ପରେ ଅବସର ନେଇଛନ୍ତି ।