ନୂଆଦିଲ୍ଲୀ: ସଂସଦରେ ଆଜି ଅସ୍ବଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସମ୍ବିଧାନର ସୃଷ୍ଟିକର୍ତ୍ତା ଡ.ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଆଜି ସଂସଦ ପରିସରରେ ଖଣ୍ଡଯୁଦ୍ଧ ଦେଖାଦେଇଛି। ଗୁରୁବାର ସଂସଦ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି।
କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଛନ୍ତି। ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ଫାଟିଛି। ପରେ ରକ୍ତସ୍ରାବ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତାମନ ତାଙ୍କ ସ୍ଥିତି ଭଲ ରହିଥିବା ସୂଚନା ମିଳିଛି।
#WATCH | TDP MP Appalanaidu Kalisetti meets BJP MP Mukesh Rajput at RML Hospital. He is admitted here after sustaining injuries during jostling with INDIA Alliance MPs.
(Video Source: Appalanaidu Kalisetti) pic.twitter.com/NYS8ZrSNca
— ANI (@ANI) December 19, 2024
ବର୍ତ୍ତମାନ ସଂସଦରେ ଘଟିଥିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସାଂସଦ ପ୍ରତାପ ଷଢ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୁକେଶ ରାଜପୁତଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆରଏମଏଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଭଳି ଏକ ସମୟରେ ଉଭୟ ସାଂସଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେନ ଯୋଗେ ପ୍ରଧାନମନ୍ତ୍ରୀ କଥା ହୋଇଥିବାବେଳେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।