ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଂଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜିତ ହେବ । ୨୦୨୫ ମହିଳା ଦିନିକିଆ ବିଶ୍ୱକପ, ୨୦୨୬ ଟି୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମିଳିତ ଭାବେ ଆୟୋଜନ ହେବ । ଆଇସିସି ଚାମ୍ପିୟନ୍ସ ଟ୍ରଫି ସମ୍ପର୍କରେ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଏବେ ବିଧିବଦ୍ଧ ଭାବେ ଏହାକୁ ଲାଗୁ କରାଯାଇଛି । ପିସିବି ନ୍ୟୁଟ୍ରାଲ ଭେନ୍ୟୁରେ ଭାରତ ସହ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବା ପାଇଁ ଅନୁରୋଧ କରିଛି ।
ଅବଶ୍ୟ ଆଇସିସି ଓ ବିସିସିଆଇ ଏ ନେଇ ରାଜି ହୋଇ ନାହାନ୍ତି । ସେହିପରି ଭାରତ ଗ୍ରୁପରେ ପାକିସ୍ତାନ ରହିବା ପାଇଁ ଚାହିଁ ନ ଥିଲା । ଏହା ମଧ୍ୟ ଆଇସିସି ଖାରଜ କରିଦେଇଛି । ଚାମ୍ପିୟନ୍ସ ଟ୍ରଫିରେ ୨୦୨୫ ମାର୍ଚ୍ଚ ୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ୨୦୦୮ ପାକିସ୍ତାନ ଶେଷ ଥର ପାଇଁ ଭାରତ ଗସ୍ତରେ ଯାଇଥିଲା । ମୁମ୍ବାଇ ଆତଙ୍କବାଦୀ ଘଟଣା ପରେ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନି । କେବଳ ଆଇସିସି ମୁକାବିଲାରେ ଉଭୟ ଦେଶ ମଧ୍ୟରେ ମୁକାବିଲା ହେବ ।