Latest Odisha News

BREAKING NEWS

ମେଦବହୁଳତାରୁ କିପରି ପାଇବେ ମୁକ୍ତି, କରନ୍ତୁ ଏହି ଡାଏଟ ପ୍ଲାନ..

ଭୁବନେଶ୍ୱର; ଆଜି କାଲିର ଜୀବନଶୈଳୀରେ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଗଲାଣି l ପୁରୁଷ, ମହିଳା ଏପରିକି ଛୋଟ ଛୁଆମାନେ ମଧ୍ୟ ଏହି ମୋଟାପଣର ଶିକାର ହେଉଛନ୍ତି l ପ୍ରାୟ ସମୟରେ ଆମର କାର୍ଯ୍ୟ ଶୈଳୀ ଏମିତି ଥାଏ କି ଆମକୁ ବସିକି କାମ କରିବାକୁ ପଡିଥାଏ । ଯାହାଫଳରେ ମୋଟାପଣ ଅଧିକ ଦେଖାଯାଏ । ଆଜିର ସମୟରେ ଆମେ ମାନେ ଖୁବ କମ ସମୟରେ ସହଜରେ କିପରି କାମ ହୋଇଯିବ ତାର ବିଭିନ୍ନ ଉପାୟ ମଧ୍ୟ ଆପଣେଉଛୁ l ଯାହା ଫଳରେ ଆମେ ବହୁତ ଅଳସୁଆ ହୋଇ ଯାଉଛେ l ସବୁଠାରୁ ମୁଖ୍ୟ କଥା ଯେ, ବ୍ୟସ୍ତ ସମୟ ଭିତରେ ଆମ ମାନଙ୍କୁ ୱାର୍କ ଆଉଟ କରିବା ପାଇଁ ସମୟ ମିଳୁନାହିଁ । ଏପରିକି ଖାଦ୍ଯ ଖାଇବା ପାଇଁ ମଧ୍ୟ ସମୟ ମିଳୁନାହିଁ ଆଉ ଯେତେବେଳେ ମିଳୁଛି ଆମେ ଯାହା ଇଚ୍ଛା ତାହା ଖାଇ ଦେଉଛେ । ବେଳେବେଳେ ଆମ ଶରୀରକୁ ଯେତିକି ପରିମାଣ ନ୍ୟୁଟ୍ରସନ ଦରାକର ତା ଠାରୁ ଅଧିକ ଖାଇଲେ ମେଦବହୁଳତା ସମସ୍ଯା ଦେଖାଯାଏ । ଏପରିକି ପେଟ ବଢି ଯାଏ l ଆଜିକାଲିର ଯୁବପିଢିଙ୍କ ପାଇଁ ଏଇଟା ମୁଖ୍ୟ ସମସ୍ୟା l ସେମାନଙ୍କ କହିବା ଅନୁସାରେ ଆମେ ଖାଦ୍ୟ କମ ଖାଉଛୁ କିନ୍ତୁ ଆମ ପେଟ ବଢିଯାଉଛି l ପ୍ରକୃତରେ ଏହାର ମୁଖ୍ୟ କାରଣ ହେଉଛି ଖରାପ ଖାଦ୍ୟ ଶୈଳୀ l ତେବେ ଆଜି ଆମେ ଆପଣଙ୍କୁ କହିବୁ ପେଟ କମାଇବା ପାଇଁ କେମିତି ଡାଏଟ କରିବାକୁ ହୋଇଥାଏ ।

ଯେଉଁ ମାନେ ବସିକି କାମ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମୋଟାପା ସମସ୍ଯା ଅଧିକ ଦେଖାଯାଏ । ଏହି କ୍ଷେତ୍ରରେ ବେଲି ଫ୍ୟାଟ ଏକ୍ସରସାଇଜ କରିବା ନିହାତି ଜରୁରୀ ଅଟେ । ଏହା ସହ ଯୋଗ, ସୂର୍ଯ୍ୟ ନମସ୍କାର ମଧ୍ୟ କରିପାରିବେ । ପ୍ରତେକ ଦିନ 30ରୁ 40 ମିନିଟ ଚାଲନ୍ତୁ l ଚାଲିବା ଦ୍ଵାରା ଶରୀରରେ ମେଟାବୋଲିଜିମ କମ ହୋଇଥାଏ । କେବେ ବି ଲୋଭରେ ବେଶୀ ଖାଦ୍ୟ ଖାଆନ୍ତୁ ନାହିଁ l ଯେତିକି ଦରକାର ସେତିକି ଖାଦ୍ୟ ଖାଆନ୍ତୁ । ସୁସ୍ଥ ଲାଇଫ ଷ୍ଟାଇଲ ପାଇଁ ଡାଏଟ ମେଣ୍ଟେନ କରିବା ଉଚିତ । ଅନେକ ସମୟରେ ବସିବା ବେଳେ ମଧ୍ୟ ବେଲି ଫ୍ୟାଟ କାରଣରୁ ଅସୁବିଧା ହୋଇଥାଏ । ଯଦି ଆପଣ ଅଫିସରେ ବସୁଛନ୍ତି ତେବେ ଲଞ୍ଚ ସମୟରେ ଖାଇବା ପରେ ଟାଇମ ମିଳିଲେ ଟିକେ ଚାଲନ୍ତୁ । ଯଦି ଟାଇମ ମିଳୁ ନାହି ତେବେ ଲାଇଟ ଖାଦ୍ୟ ଖାଆନ୍ତୁ । ସକାଳର ଆରମ୍ଭ କୌଣସି ଲିକ୍ୟୁଡ ଖାଦ୍ଯ ଖାଇ କରନ୍ତୁ l ଯେପରିକି ଉଷୁମ ପାଣି ସହ ମେଥି, ଚିଆ ସିଡ ନେଇପାରିବେ । ସେହିପରି ବ୍ୟାୟାମ ପୂର୍ବରୁ କିଛି ଖାଦ୍ୟ ବ୍ରେଡ ଖାଇ ଏକ୍ସସାଇଜ କରନ୍ତୁ l ବ୍ରେକଫାଷ୍ଟ ରେ ଓଟ୍ସ, ଛତୁଆ, ମାଣ୍ଡିଆ, ଇଡଲି, ଘର ତିଆରି ଇତ୍ୟାଦି ଖାଇପାରିବେ l

ଯଦି ଆପଣ ଅଫିସ ଯାଉଛନ୍ତି ତେବେ ମିଡ ଡେ ରେ କାକୁଡି, ଫଳ, ୱାଲନଟ, ଆଲମଣ୍ଡ ଆଦି ଖାଇପାରିବେ । ଲଞ୍ଚ ସମୟରେ ରୁଟି ଓ ଭାତ ମିଶାଇକି ଖାଇବେ ନାହି । କୌଣସି ଗୋଟେ ଖାଦ୍ୟ ଖାଆନ୍ତୁ । ଏଥିସହ ଲଞ୍ଚ ସମୟରେ ଡାଲି, ସାଲାଡ଼, ଦହି ଖାଆନ୍ତୁ । ସନ୍ଧ୍ୟା ସମୟରେରେ ଗ୍ରୀନଟି, ଅଣ୍ଡା, ଛେନା ଓ ଫଳ ଖାଇପାରିବେ । ସେହିପରି ରାତିରେ ସବୁଠାରୁ ହାଲକା ମିଲ ଖାଇବା ଉଚିତ । ସଂତୁଳା, ଭଜା, ଡାଲି, ଡାଲମା, ଚିକେନ, ଅଣ୍ଡା ଆମଲେଟ, ମାଛ ତରକାରୀ ମଧ୍ୟ ଖାଇପାରିବେ । ତେବେ ସବୁଠାରୁ ମୁଖ୍ୟ କଥା ହେଉଛି ରାତିରେ ଖାଇବା ପରେ ସାଙ୍ଗେ ସାଙ୍ଗେ ଶୁଅନ୍ତୁ ନାହି । କିଛି ସମୟ ଚାଲନ୍ତୁ ତାପରେ ଶୁଅନ୍ତୁ । ଏହା ସହ ପ୍ରତିଦିନ ସଫିସେଣ୍ଟ ପାଣି ପିଅନ୍ତୁ ।

Leave A Reply

Your email address will not be published.