ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକଙ୍କର ହଜମ ଶକ୍ତି ଦୁର୍ବଳ ହେଉଛି। ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାପ ହଜମ ଯୋଗୁଁ ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି। ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ତ୍ରିଫଳା। ଆମ ସ୍ବାସ୍ଥ୍ୟପୋକାରୀ ତ୍ରିଫଳା। ତ୍ରିଫଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ସାଧାରଣତଃ ଏହାକୁ କବ୍ଜ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ। ତେବେ ଏହାର ଆହୁରି ବି ଅନେକ ଫାଇଦା ରହିଛି। ଆଜି ଆମେ ଆପଣଙ୍କୁ ପ୍ରତିଦିନ ସକାଳେ ତ୍ରିଫଳା ଚୂର୍ଣ୍ଣ ପାଣି ପିଇବାର ଫାଇଦା ବିଷୟରେ କହିବୁ।
ତ୍ରିଫଳା, ୩ଟି ଫଳର ସମାହାର। ହରିଡ଼ା, ଅଁଳା ଏବଂ ବାହାଡ଼ା। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ବିଭିନ୍ନ ରୋଗରୁ ଉପସମ ପାଇଁ ଏହାର ବ୍ୟବହାର କରାଯାଇଥାଏ। ତ୍ରିଫଳା ପାଚନ ପ୍ରକ୍ରିୟାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ।
ସାମଗ୍ରୀ
ତ୍ରିଫଳା ପାଉଡର-୧ ଛୋଟ ଚମଚ
ଲେମ୍ବୁ ରସ-୧ ଛୋଟ ଚମଚ
ମହୁ-୧ ବଡ଼ ଚମଚ
ଗରମ ପାଣି-୧ ଗ୍ଲାସ
ବିଧି
ପ୍ରଥମେ ପାଣିକୁ ହାଲୁକା ଗରମ କରି ନିଅନ୍ତୁ। ଏଥିରେ ମହୁ, ତ୍ରିଫଳା ପାଉଡର, ଲେମ୍ବୁ ରସ ପକାଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ। ଏବେ ଏହାକୁ ପିଅନ୍ତୁ।
ତ୍ରିଫଳା ପାଣି ପିଇବାର ଫାଇଦା
- ଇମ୍ୟୁନିଟି ବଢ଼ାଏ: ତ୍ରିଫଳା ପାଣି ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଇମ୍ୟୁନିଟି ବୁଷ୍ଟିଙ୍ଗ ଗୁଣ ରହିଛି। ବ୍ୟାକ୍ଟେରିଆଲ ଇନଫେକ୍ସନ ହେଲେ ତ୍ରିଫଳା ପାଣି ଉପଶମ ପ୍ରଦାନ କରିଥାଏ।
- ମୋଟାପଣ କମ୍ କରିବାକୁ ଚାହୁଁଥିଲେ ତ୍ରିଫଳାରୁ କାଢ଼ା ପ୍ରସ୍ତୁତ କରନ୍ତୁ। ସେଥିରେ ଚିନି ମିଶାଇ ପିଇଲେ ମେଦବହୁଳତା ହ୍ରାସ ପାଇଥାଏ।
- ତ୍ରିଫଳା ପାଉଡର ଆଖି ପାଇଁ ବରଦାନ ସଦୃଶ। ଏଥିରେ ଗାଇ ଘିଅ ଏବଂ ଚିନି ମିଶାଇ ସେବନ କରିବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।
- ଏହା ପାଚନ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପେଟ ସମସ୍ୟା ଦୂର କରିଥାଏ।
- କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ପାଇଁ ଏହା ଲାଭଦାୟକ। ପ୍ରତିଦିନ ଏହାକୁ ନଖ ଉଷୁମ ପାଣିରେ ଏକ ଚାମଚ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
- ପ୍ରତିଦିନ ଏଥିରୁ କିଛି ଖାଇବା ଦ୍ୱାରା ରକ୍ତ ଅଭାବ ପରି ସମସ୍ୟା ଦୂର ହେବା ସାଙ୍ଗକୁ ବ୍ଲଡ ସୁଗାରରୁ ନିୟନ୍ତ୍ରଣରେ ରଖିଥାଏ।
Comments are closed.