ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ନିଆଯାଇଛି। ପରିଷଦ ଅନୁଯାୟୀ ଜିଏସ୍ଟି (ଜିଏସ୍ଟି ଅନ୍ ପପକର୍ଣ୍ଣ) ର ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ତିନି ପ୍ରକାରର ଜିଏସଟି ହାର ଲାଗୁ କରିବାକୁ ପରିଷଦ ସହମତି ପ୍ରକାଶ କରିଛି। ଏହାର ସ୍ୱାଦ ଅନୁଯାୟୀ ଜିଏସଟି ଲାଗୁ ହେବ।
ଯଦି ଆପଣ କିଣୁଥିବା ପପକର୍ଣ୍ଣ ଲୁଣ ଏବଂ ମସଲାର ମିଶ୍ରଣରେ ପ୍ରସ୍ତୁତ ହୋଇ ପ୍ୟାକେଜ୍ ଏବଂ ଲେବଲ୍ ଲାଗୁ ହୋଇନଥାଏ, ତେବେ ଏଥିରେ ୫ ପ୍ରତିଶତ ହାରରେ ଜିଏସ୍ଟି ଲାଗୁ ହେବ। ଅନ୍ୟପଟେ ଯଦି ଲୁଣ ଏବଂ ମସଲା ସହିତ ସମାନ ପପକର୍ଣ୍ଣ ପ୍ୟାକେଜ୍ ଏବଂ ଲେବଲ୍ ସହ ବିକ୍ରି ହୁଏ ତେବେ ଏଥିରେ ଟିକସ ହାର ୫% ପରିବର୍ତ୍ତେ ୧୨%କୁ ବୃଦ୍ଧି ପାଇବ।
ସେହିପରି ଚିନିରୁ ପ୍ରସ୍ତୁତ ପପକର୍ଣ୍ଣ ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ତେବେ ପପକର୍ଣ୍ଣ ଉପରେ ଏହି ଟିକସ ଲାଗୁ ନେଇ ଜିଏସଟି ପରିଷଦ ସ୍ପଷ୍ଟ କରିଛି।
ଜିଏସ୍ଟି ପରିଷଦର ଏହି ଘୋଷଣା ପରେ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବାରେ ଲାଗିଛି। ମିମ୍ସ ମାଧ୍ୟମରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଯେ ଆଗାମୀ ଭବିଷ୍ୟତରେ ସରକାର ପାନୀୟ ଜଳ ଉପରେ ମଧ୍ୟରେ ଜିଏସ୍ଟି ଲଗାଇ ଦେବେ।