କୋଏମ୍ବାଟୁର: ଆଜିକା ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ବଦଳରେ ଛାଡପତ୍ରକୁ ଅଧିକ ଗୁରୁତ୍ବ ମିଳୁଛି। ଏହି ମଧ୍ୟରେ କୋଏମ୍ବାଟୁର କୋର୍ଟରେ ଘଟିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା।
ସୂଚନା ଅନୁଯାୟୀ, ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ୮୦ ହଜାର ଟଙ୍କା ମୂଲ୍ୟର ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଥିଲେ। ତେବେ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ବୁଧବାର ଦିନ କୋଏମ୍ବାଟୁର ଅତିରିକ୍ତ ପରିବାର କୋର୍ଟରେ ଏହି ଘଟଣା ଘଟିଥିବା ଜଣାପଡିଛି।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ୟାକ୍ସି ମାଲିକ ଏବଂ ଡ୍ରାଇଭର ନଗଦ ବଦଳରେ ୨୦ ବଣ୍ଡଲରେ ୨ ଏବଂ ୧ ଟଙ୍କିଆ ଆଣିଥିଲେ। ସେ ମୁଦ୍ରା ଭର୍ତ୍ତି ଦୁଇଟି ଧଳା ବ୍ୟାଗ ନେଇ କୋର୍ଟରେ ପହଞ୍ଚିଥିଲେ। କୋର୍ଟରେ ଏହି ମୁଦ୍ରା ଦେଖି ଜଜ୍ ଉକ୍ତ ବ୍ୟକ୍ତିଙ୍କୁ ଏହି ରାଶି ନୋଟରେଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ସେ କଏନ ବଦଳରେ ୮୦ ହଜାର ଟଙ୍କା ନୋଟରେ ଜମା କରିଥିଲେ।
ଅପରପକ୍ଷରେ ଅବଶିଷ୍ଟ ଅନ୍ତରୀଣ ଭରଣପୋଷଣ ପାଇଁ ୧.୨ ଲକ୍ଷ ଟଙ୍କା ଶୀଘ୍ର ଦେବାକୁ କୋର୍ଟ କହିଛନ୍ତି। ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।