ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ଦିଲ୍ଲୀର ଆରଏମଏଲ ନୋଏଡ଼ାର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ସଂସଦରେ ରାହୁଲ ଗାନ୍ଧିଙ୍କ ଠେଲାପେଲାରେ ଆହତ ହୋଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ l ସେବେଠାରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା l ଆଜି ସକାଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା l ଏବେ ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି l
ସୂଚନା ଅନୁସାରେ, ଗତ ଡିସେମ୍ବର ୧୯ ଆମ୍ବେଦକର ପ୍ରସଙ୍ଗରେ ସଂସଦ ପରିସରରେ ଘଟିଥିବା ଖଣ୍ଡଯୁଦ୍ଧରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲ (ଆରଏମଏଲ)ରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ଅଜୟ ଶୁକ୍ଲା କହିଥିଲେ ଯେ ପ୍ରତାପ ଷଡଙ୍ଗୀଙ୍କ ଗାଲର ହାଡରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ଡିସଲୋକେଶନ ହୋଇଥିଲା। ତାଙ୍କୁ ଶନିବାର (ଡିସେମ୍ବର ୨୧) ରେ ସିଟି ସ୍କାନ ଏବଂ ଏକ୍ସ-ରେ କରିବାକୁ ପଡିଥିଲା। ପରୀକ୍ଷା ରିପୋର୍ଟ ଆସିବା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ଡିସଚାର୍ଜ କରାଯାଇଛି । ଚାରି ଦିନ ପରେ ଆଜି ସକାଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।
ମାତ୍ର ଏବେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ସାଂସଦ ମୁକେଶ ରାଜପୁତଙ୍କୁ ମଧ୍ୟ ପ୍ରାଇଭେଟ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟ ସାଂସଦଙ୍କ ଆଜି ବୟାନ ରେକର୍ଡ କରିପାରେ ପୋଲିସ l