Latest Odisha News

BREAKING NEWS

ହସିନାଙ୍କ ପାଇଁ ଭାରତ ଓ ବାଂଲାଦେଶ ଟଣା-ଓଟରା, ଢାକା କରୁଛି ବଡ଼ ପ୍ଲାନ

ନୂଆଦିଲ୍ଲୀ: ଭାରତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହାକୁ ନେଇ ଭାରତ ବାଂଲାଦେଶ ମଧ୍ୟରେ ବିବାଦ ଭୟଙ୍କରରୂପ ନେଇଛି । ଏମିତିକି ଶେଖ ହସିନାଙ୍କୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଟଣା-ଓଟରା ଆରମ୍ଭ ହୋଇଛି । ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ନୂଆଦିଲ୍ଲୀକୁ ଭର୍ବାଲ୍ ଡିପ୍ଲୋମାଟକ୍ ନୋଟ୍ ଲେଖିଛି ଢାକା । ଭାରତର ବୈଦେଶିକ ମନ୍ତ୍ରାଳୟକୁ ଏହି ନୋଟ୍ ମିଳିଛି । ତେବେ ବର୍ତ୍ତମାନ ତାହା ଉପରେ କିଛି କହିବାକୁ ମନା କରିଦେଇଛନ୍ତି ସରକାର । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।

ଏବେ ପ୍ରଶ୍ନ ଉଠୁଛି କ’ଣ ହେବ ଶେଖ ହସିନାଙ୍କର ? କ’ଣ ସତରେ ତାଙ୍କୁ ବାଂଲାଦେଶ ପ୍ରତ୍ୟାର୍ପଣ କରିବେ ଭାରତ ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣରେ ନେବାକୁ ନୂଆଦିଲ୍ଲୀକୁ ଢାକା ଭର୍ବାଲ୍ ନୋଟ୍ ପଠାଇଥିବା ବେଳେ ମୁହଁ ଖୋଲିବାକୁ ନାରାଜ କିନ୍ତୁ ଭାରତ ସରକାର । ବର୍ତ୍ତମାନ ପାଇଁ ଏହା ଉପରେ କିଛି କହିବାର ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ କଣ ରହିବ, ଢାକାର ପରବର୍ତ୍ତୀ ଆଭିମୁଖ୍ୟ, ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବାଂଲାଦଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ୍ ହୋସେନ, ନୂଆଦିଲ୍ଲୀସ୍ଥିତି ବାଂଲାଦେଶ ଦୂତାବାସ କାର୍ଯ୍ୟାଳୟକୁ ଏହି ଡିପ୍ଲୋମାଟିକ୍ ଭର୍ବାଲ୍ ନୋଟ୍ ପଠାଇଛନ୍ତି । ଯାହା ଭାରତର ବୈଦେଶିକ ମନ୍ତ୍ରାଳୟକୁ ଅବଗତ କରାଯାଇଛି । ହସିନାଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ଏବେ ବିଚାର ଅପେକ୍ଷାରେ । ତାଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗ ମଧ୍ୟ ରହିଛି । ତେଣୁ ନ୍ୟାୟିକ ପ୍ରକ୍ରିୟା ପାଇଁ ତାଙ୍କୁ ବାଂଲାଦେଶ ପ୍ରତ୍ୟର୍ପଣ କରାଯାଉ ବୋଲି ଡିପ୍ଲୋମାଟିକ୍ ଭର୍ବାଲ୍ ନୋଟ୍‌ରେ ଉଲ୍ଲେଖ ରହିଛି । ତେବେ ନୂଆଦିଲ୍ଲୀ ବର୍ତ୍ତମାନ ମୁହଁ ଖୋଲିବାକୁ ମନା କରିଦେଇଛି ।.

ଜୁଲାଇ ମାସରେ ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଥିଲା । ସାରା ଦେଶର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ । ୧୯୭୧ ଯୁଦ୍ଧ ପ୍ରଭାବିତଙ୍କ ପରିବାରକୁ ଅଧିକ ସଂରକ୍ଷଣ ସୁବିଧା ଦେଇ ବିବାଦକୁ ଆସିଥିଲେ ସେ । ଯେତେ ଚେଷ୍ଟା କଲେ ବି ପରିସ୍ଥିତି ନିୟନ୍ତ୍ରଣ କରିପାରି ନଥିଲେ ଶେଖ ହସିନା । ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ଓ ସେନାକୁ ଲଗାଇଥିଲେ । କିନ୍ତୁ ହାରିଗଲେ । ତେବେ ସେହି ଆନ୍ଦୋଳନରେ ଶତାଧିକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଶେଖ ହସିନା ହିଁ ସେସବୁ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ ବୋଲି କହୁଛନ୍ତି ବାଂଲାଦେଶର କାମଚଳା ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ । ଶେଖ ହସିନାଙ୍କୁ ନୂଆଦିଲ୍ଲୀ ପ୍ରତ୍ୟର୍ପଣ କରୁ ବୋଲି ଗତ ମାସରେ କହିଥିଲେ ମହମ୍ମଦ ୟୁନୁସ । ଆଉ ଏବେ ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟ ପଠାଇଛି ଡିପ୍ଲୋମାଟିକ୍ ଭର୍ବାଲ ନୋଟ୍ ।

୨୦୧୬ରୁ ଭାରତ-ବାଂଲାଦେଶ ମଧ୍ୟରେ ରହିଛି ଦ୍ବିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି । ଯାହା ଆଧାରରେ ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣରେ ନେବାକୁ ପତ୍ର ଲେଖିଛି ବାଂଲାଦେଶ । ସେପଟେ ହସିନାଙ୍କ ବିରୋଧରେ ମାମଲା ବଢ଼ି ଚାଲିଛି । ହତ୍ୟା, ଗଣହତ୍ୟା ଓ ମାନବତା ବିରୋଧରେ ଅପରାଧ ମାମଲା ସହ ଏବେ ସାନି ଯୋଡ଼ି ହୋଇଛି ଆର୍ଥିକ ଦୁର୍ନୀତି । ରୁପୁର୍ ଆଣବିକ ଶକ୍ତି କେନ୍ଦ୍ରରେ ୫ ବିଲିଅନ୍ ଆମେରିକୀୟ ଡଲାର୍ ଆତ୍ମସାତ କରିଥିବା ଅଭିଯୋଗରେ ବାଂଲାଦେଶର ଦୁର୍ନୀତି ବିରୋଧୀ ପ୍ୟାନେଲ୍ ଶେଖ ହସିନାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.