Latest Odisha News

BREAKING NEWS

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଛାତ୍ରଛାତ୍ରୀଙ୍କ ଉତ୍ତୋରତର ଗବେଷଣା ଲାଗି ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’ ଉଦଘାଟିତ ହୋଇଛି । ଏହି ରିସର୍ଚ୍ଚ ସେଣ୍ଟରଟି ପ୍ରଖ୍ୟାତ ସମାଜସେବୀ, ରାଜନୀତିଜ୍ଞ, ସୁ ଲେଖିକା ତଥା ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ନାମରେ ନାମିତ ହୋଇଛି ।

ଏହି ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଏହି ରିସର୍ଚ୍ଚ ସେଣ୍ଟରକୁ ଉଦଘାଟନ କରିଥିଲେ । ଏହି ଅବସରରେ ମିରାଣ୍ଡା ହାଉସର ଅଧ୍ୟକ୍ଷା ଡଃ ବିଜୟଲକ୍ଷ୍ମୀ ନନ୍ଦ ଉପସ୍ଥିତ ରହିଥିଲେ ।

ମହିଳାମାନଙ୍କ ଅଧିକାର ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟର କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରୀମାନେ ଏହି ଗବେଷଣା କେନ୍ଦ୍ର ଦ୍ୱାରା ଉପକୃତ ହୋଇପାରିବେ । ପରବର୍ତ୍ତୀ ସମୟରେ ଏହା ‘ସେଣ୍ଟର୍ ଅଫ ଏକ୍ସିଲେନ୍ସ’ରେ ରୂପାନ୍ତରିତ ହେବାର ଯୋଜନା ରହିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.