Latest Odisha News

BREAKING NEWS

ଥମୁନି ଯୁଦ୍ଧ: ଏୟାରଷ୍ଟ୍ରାଇକରେ ଗଲା ୫ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ: ଥମୁନି ଇସ୍ରାଏଲ- ଗାଜା ଯୁଦ୍ଧ । ଆଜି ସକାଳୁ ସକାଳୁ ପୁଣି ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ମାଡରେ ୧୦ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରୁ ୫ ଜଣ ସେଠାରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆଜି ପ୍ରତ୍ୟୁଷରେ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗାଜା ସହରର ଜେଇଟନ୍ ନିକଟରେ ଏକ ଘର ଉପରେ ଇସ୍ରାଏଲୀୟ ବିମାନ ଆକ୍ରମଣ ଫଳରେ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏତିସହିତ ୨୦ ଜଣ ଆହତ ହୋଇଛନ୍ତି ବୋଲି ରିପୋର୍ଟରେ ଦର୍ଶଯାଇଛି । ଏବେବି ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି ।

ଏଥିସହିତ ଅନ୍ୟ ଏକ ଆକ୍ରମଣରେ କେନ୍ଦ୍ରୀୟ ଗାଜାର ନୁସେରାତ ଠାରେ ଥିବା ଅଲ-ଆୱଦା ହସ୍ପିଟାଲ ନିକଟରେ ଗୋଟିଏ ସାମ୍ବାଦିକ ଗାଡ଼ି ଉପରକୁ ଆକ୍ରମଣ ହେବାରୁ ଏଥିରେ ଥିବା ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ପ୍ରାଣ ହରାଇଥିବା ସମସ୍ତ ସାମ୍ବାଦିକମାନେ ସ୍ଥାନୀୟ ଅଲ-କୁଦସ୍ ଅଲ-ୟୁମ୍ ଟେଲିଭିଜନ ଚ୍ୟାନେଲରେ ବୋଲି ଜଣାପଡିଛି ।

ପାଲେଷ୍ଟାଇନୀ ଗଣମାଧ୍ୟମ ଏବଂ ସ୍ଥାନୀୟ ସାମ୍ବାଦିକମାନଙ୍କ ରିପୋର୍ଟ ଅନୁଯାୟୀ, ଉକ୍ତ ଗାଡ଼ିଟି ଏକ ମିଡିଆ ଭ୍ୟାନର ବୋଲି ଚିହ୍ନଟ କରାଯାଇଛି । ଯାହାକୁ ସାମ୍ବାଦିକମାନେ ହସ୍ପିଟାଲ ଏବଂ ନୁସେରାଟ କ୍ୟାମ୍ପ ଭିତରୁ ରିପୋର୍ଟ କରିବା ପାଇଁ ବ୍ୟବହାର କରୁଥିଲେ ।

ତେବେ ଗତ ବୁଧବାର ଯୁଦ୍ଧବିରତି ଚୁକ୍ତିନାମାକୁ ନେଇ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବଚସା ହୋଇଥିବା ବେଳେ ଆଜି ସକାଳୁ ସକାଳୁ ଇସ୍ରାଏଲ ପକ୍ଷରୁ ଏପରି କିଛି ପଦକ୍ଷେପ ନିଆଯାଇଚି ।

Leave A Reply

Your email address will not be published.