ହାଇଦ୍ରାବାଦ: ଡିସେମ୍ବର ୨୬ରେ ହାଇଦ୍ରାବାଦର ବନ୍ଜାରା ହିଲ୍ରେ ଥିବା ତେଲେଙ୍ଗାନା ରାଜ୍ୟ ପୋଲିସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଟଲିଉଡ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ, ନିର୍ମାତା, ଅଭିନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ‘ପୁଷ୍ପା ୨’ ଦଳାଚକଟା ମାମଲାରେ ଅଲ୍ଲୁ ତାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ମାମୁଁ ଚିରଞ୍ଜୀବୀ ଏବଂ ପିତା ଅଲ୍ଲୁ ଅରବିନ୍ଦଙ୍କ ସମେତ ଅଭିନେତାଙ୍କ ପରିବାର କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ , ସିନେମାଟୋଗ୍ରାଫି, ମନ୍ତ୍ରୀ କୋମାଟେରେଡି ଭେଙ୍କଟ ରେଡ୍ଡୀ, ଉତ୍ତର କୁମାର ରେଡ୍ଡୀ, ଦାମୋଦର ରାଜନାରସିମା ଉପସ୍ଥିତ ଥିଲେ।
ସନ୍ଧ୍ୟା ଥିଏଟରରେ ଘଟିଥିବା ଦୁଃଖଦ ଘଟଣା ପରେ ଏହି ବୈଠକ ଡକାଯାଇଛି। ଏଥିରେ ଶ୍ରୀତେଜଙ୍କ ସ୍ୱାସ୍ଥ୍ୟ ଏବଂ ମହିଳାଙ୍କ ମୃତ୍ୟୁ ବିଷୟରେ ଆଲୋଚନା ହୋଇଛି। ବିକାଶ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା। ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଦୁଃଖଦ ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ, ସିଏମ୍ ସହିତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକମାନଙ୍କର ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବୈଠକର ଉଦ୍ଦେଶ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ଦୂର କରିବା।
ଅନ୍ୟପଟେ ଏହି ଘଟଣାରେ ଚିରଞ୍ଜୀବୀ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି। ଫିଲ୍ମ ‘ପୁଷ୍ପା ୨’ର ନିର୍ମାତା ଏବଂ ଦଳ ମିଳିତ ଭାବେ ପୀଡିତାଙ୍କ ପରିବାରକୁ ସାହାଯ୍ୟ କରୁଛନ୍ତି ଏବଂ ୨ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି ଅଲ୍ଲୁ ଅରବିନ୍ଦ। ଏହି କ୍ରମରେ ସନ୍ଧ୍ୟା ଥିଏଟର ବାହାରେ ଆହତ ୯ ବର୍ଷିୟ ଶ୍ରୀତେଜଙ୍କୁ ୨ କୋଟି ଟଙ୍କା ପ୍ରଦାନ କରାଯିବ। ଏଥିମଧ୍ୟରୁ ଅଲ୍ଲୁ ଅର୍ଜୁନ ଏକ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଏଥି ସହିତ ‘ପୁଷ୍ପା ୨’ର ନିର୍ମାତା ଏବଂ ନିର୍ଦ୍ଦେଶକମାନେ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ।
Comments are closed.