Latest Odisha News

BREAKING NEWS

ଠିକ୍ ସମୟରେ ବିଦ୍ୟୁତ ବିଲ୍ ଭରି ପୁରସ୍କୃତ ହେଲେ ୪୨ ଉପଭୋକ୍ତା

ଭୁବନେଶ୍ବର:  ଠିକ ସମୟରେ ବିଦ୍ୟୁତ ବିଲ ଭରି ପୁରସ୍କୃତ ହେଲେ ଉପଭୋକ୍ତା। ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣଙ୍କୁ ପୁରସ୍କୃତ କରାଯାଇଛି। ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସ୍କିମ୍‌ରେ ଯେଉଁ ଉପଭୋକ୍ତାମାନେ ଡିଜିଟାଲ୍ ମାଧ୍ୟମରେ ତଥା ଠିକ୍ ସମୟରେ ବିଲ୍ ପ୍ରଦାନ କରିଥିଲେ ସେମାନେ ଲକି ଡ୍ର’ରେ ଆକର୍ଷଣୀୟ ପୁରସ୍କାର ଜିତିଛନ୍ତି। ଭାଗ୍ୟଶାଳୀ ବିଜେତାଙ୍କୁ ଏକ ଉତ୍ସବରେ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସ୍କିମ୍‌ର ଅନୁସାରେ ଉପଭୋକ୍ତାମାନେ ୪ ପ୍ରତିଶତ ଡିଜିଟାଲ୍ ରିହାତି ମଧ୍ୟ ପାଇ ପାରୁଛନ୍ତି। ଏହା ସହିତ  ଠିକ୍ ସମୟରେ ବିଲ୍ ପୈଠ ପାଇଁ ୟୁନିଟ୍ ପିଛା ୧୦ ପଇସାର ଅଧିକ ରିହାତି ମିଳୁଛି। ପ୍ରି-ପେଡ ସ୍ମାର୍ଟ ମିଟର ଅନଲାଇନ୍ ରିଚାର୍ଜ୍ କରି ୮% ଅତିରିକ୍ତ ବାଲାନ୍ସ ସହିତ ଅନଲାଇନରେ ପୋଷ୍ଟ-ପେଡ୍ ବିଲ୍ ପେମେଣ୍ଟ କରି ଉପଭୋକ୍ତା ମାନେ ୪% ରିହାତି ପାଇପାରିବା ନେଇ ସୂଚନା ମିଳିଛି।

Comments are closed.